୧୭ରେ ନବୀନଙ୍କ ରୋଡ଼ ଶୋ

ଭୁବନେଶ୍ବର()  ଆସନ୍ତ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ୟ୍ୟକ୍ରମ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ରେ ମତଦାନ ହୋଇ ୨୪ରେ ଫଳାଫଳ ଆସିବ । ତେବେ ସେଇ ଆସନ କାହା ହାତକୁ ଯିବ ସେନେଇ ବିଭିନ୍ନ ଦଳ ପକ୍ଷରୁ ନୂତନ ରଣନୀତି କରାଯାଇଛି । ଆସନ୍ତ ୧୭ତାରିଖରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ଗସ୍ତ କରିବା କାର୍ୟ୍ୟକ୍ରମ ରହିଛି । ନବୀନ ପଟ୍ଟନାୟକ ପାଟକୁରାରେ ରୋଡ଼ ଶୋ କରିବେ । ନବୀନଙ୍କ ପାଟକୁରା ଗସ୍ତ ପାଇଁ ୧୭ତାରିଖ ଆପାତତଃ ସ୍ଥିର ହୋଇଥିବା ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।

ସାବିତ୍ରୀ ଅଗ୍ରୱାଲଙ୍କୁ ଜିତାଇବା ପାଇଁ ନିର୍ବାଚନ ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ୍ ମୁଖିଆ । ପଞ୍ଚମଥର ପାଇଁ ସରକାର ଗଢ଼ିବା ପରେ ପାଟକୁରା ନିର୍ବାଚନ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ । ବିଜେଡ଼ିର ଗଡ଼ ହୋଇଥିଲେ ମଧ୍ୟ ପାଟକୁରାକୁ ସାଧାରଣ ଭାବେ ନେବାକୁ ଚାହୁଁନାହାନ୍ତି ସୁପ୍ରିମୋ ।

୨୦୦୪ରୁ ୨୦୧୪ ପର୍ୟ୍ୟନ୍ତ ଲଗାତାର ପାଟୁକରାରୁ ବିଜେଡ଼ି ବିଜୟ ବାନା ଉଡ଼ାଇ ଆସୁଛନ୍ତି । ୨୦୧୪ ପରେ ପୁଣି ଥରେ ୨୦୧୯ରେ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପାଟକୁରା ମଙ୍ଗ ଧରାଇଥିଲେ ନବୀନ । ହେଲେ ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ସ୍ଥଗିତ ହୋଇଥିଲା ନିର୍ବାଚନ । ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେଡ଼ି ।

Share

Leave a Reply

Your email address will not be published. Required fields are marked *

11 + four =