ଏଣିକି ଚୀନରେ ୨ ବଦଳରେ ୩ଟି ସନ୍ତାନ ଜନ୍ମ କରିପାରିବେ ଦମ୍ପତି

ନୂଆଦିଲ୍ଲୀ: ଦେଶର ଭବିଷ୍ୟତ ପାଇଁ ଚୀନ ସରକାରଙ୍କ ବଡ ନିଷ୍ପତ୍ତି । ସରକାରଙ୍କ ଘୋଷଣା ମୁତାବକ ଏବେ ଗୋଟିଏ ଦମ୍ପତ୍ତି ୨ଟି ବଦଳରେ ୩ ଟି ସନ୍ତାନ ଜନ୍ମ କରିପାରିବେ । ପ୍ରଥମେ ଚୀନର ଆଇନ ମୁତାବକ ଏକ ଦମ୍ପତ୍ତି ୨ ଟି ସନ୍ତାନ ଜନ୍ମ କରିବାର ପ୍ରାବଧାନ ଥିଲା ।କିଛିଦିନ ତଳେ ଚୀନ ଜନସଂଖ୍ୟାର ଏକ ହିସାବ ଆସିଥିଲା ଯେଉଁଥିରେ ଦେଖାଯାଇଥିଲା କି ମୋଟ ଜନସଂଖ୍ୟାର ଏକ ବଡଭାଗ ବୃଦ୍ଧ ଅବସ୍ଥାକୁ ଆସିଯାଇଛନ୍ତି । ଏହା ଦେଶର ଭବିଷ୍ୟତ ପାଇଁ ବିପଦ ବୋଲି ଆଶଙ୍କା କରି ଚୀନ ସରକାର ପରିବାର ନିୟୋଜନ ଆଇନରେ ପରିବର୍ତ୍ତନ ଆଣିଛନ୍ତି ।

ସୂଚନା ଅନୁଯାୟୀ, ଏହି ଆଇନକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅର୍ଥାତ ଦୀର୍ଘଦିନ ଧରି ଚୀନରେ ଚାଲିଥିବା ‘ଆମେ ଦୁଇ ଆମର ଦୁଇ’ ଆଇନର ଅନ୍ତ ଘଟିଛି ।

Share

Leave a Reply

Your email address will not be published. Required fields are marked *

one × 2 =