କରୋନାରେ ଆକ୍ରାନ୍ତ ହେଲେ ସାଂସଦ କାର୍ତ୍ତି ଚିଦାମ୍ବରମ୍

ନୂଆଦିଲ୍ଲୀ()  ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅଙ୍କୁ କରୋନା । କରୋନା ଆକ୍ରାନ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ । ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ନିଜର ପରୀକ୍ଷା କରାଇଥିଲେ। ସ୍ବାବ ନମୁନା ପରୀକ୍ଷା କରାଯିବା ପ‌ରେ ଏବେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଏ ନେଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଟୁଇଟ୍ କରି ଜଣାଇଛନ୍ତି ।  ଲକ୍ଷଣ ସାମାନ୍ୟ ଏବଂ ଡାକ୍ତରୀ ପରାମର୍ଶ ଅନୁଯାୟୀ ସେ ଘରୋଇ ସଙ୍ଗରୋଧରେ ଅଛନ୍ତି | ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ।

Share

Leave a Reply

Your email address will not be published. Required fields are marked *

2 × 2 =