ରାଜୀବଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କଲା ସିବିଆଇ

କୋଲକାତା()  କୋଲକାତାର ପୂର୍ବତନ ପୋଲିସ ଅଫିସରରାଜୀବ କୁମାରଙ୍କୁ ଲୁକଆଉଟ ନୋଟିସ । ଏହାଫଳରେ ରାଜୀବ କୁମାରଙ୍କ ବିଦେଶ ଯାତ୍ରା ପୂର୍ବରୁ ସିବିଆଇକୁ ସୂଚନା ଦେବେ ବିମାନବନ୍ଦର କର୍ତ୍ତୃପକ୍ଷ । ମେ ୨୩ରେ ରାଜୀବଙ୍କ ବିରୋଧରେ ଏହି ଲୁକ ଆଉଟ ନୋଟିସ ଜାରି କରିଛି ସିବିଆଇ । ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଥିବା ରାଜୀବ କୁମାରଙ୍କ ବିରୋଧରେ ଶାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ ଯାଞ୍ଚକୁ ଠିକ୍ ଭାବେ କରିନଥିବା ଅଭିଯୋଗ ରହିଥିଲା । ଏପରିକି ଚିଟଫଣ୍ଡ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ରହିଛି ।

ଲୁକଆଉଟ ନୋଟିସ ଜାରି କରାଯିବା ପରେ ରାଜୀବ କୁମାରଙ୍କୁ ଯେକୌଣସି ମୁହୂର୍ତ୍ତରେ ଗିରଫ କରିପାରେ ପୋଲିସ । ଏପରିକି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ରାଜୀବ କୁମାରଙ୍କ ତଲାସି କରାଯାଉଛି ।

Share

Leave a Reply

Your email address will not be published. Required fields are marked *

eight + one =