ଖାଇକୁ ଓଲଟି ପଡିଲା ବସ : ୩୩ ମୃତ, ୧୨ ଆହତ

କିସ୍ତଗଡ() ଜାମ୍ମୁ କାଶ୍ମୀର କ୍ୱିସ୍ତଗଡ଼ରେ ଏକ ବସ ନିୟନ୍ତ୍ରଣ ହରାଇ ଗଭୀର ଖାଇ ମଧ୍ୟକୁ ଖସି ପଡିଥିଲା । ଦୁର୍ଘଟଣାରେ ୩୩ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ପାଖାପାଖି ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

five × five =