ଅଟକିଲା ବୁଲେଟ ଟ୍ରେନ ପ୍ରକଳ୍ପ

ମୋଦିଙ୍କ ବୁଲେଟ୍ ଟ୍ରେନ୍ ସ୍ୱପ୍ନରେ ଆଶଙ୍କାର କଳାବାଦଲ । ଦେଶରେ ବୁଲେଟି ଟ୍ରେନ୍ ଗଡ଼ିବ ବୋଲି ସମସ୍ତେ ଆଶା ବାନ୍ଧି ବସିଥିଲେ । କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନ ସତ ହେବ କି ନାହିଁ ବୋଲି ବିଭିନ୍ନ ପ୍ରଶ୍ନ ଉଠୁଛି । ମୋଦିଙ୍କ ବୁଲେଟ୍ ଟ୍ରେନ ପ୍ରକଳ୍ପରେ ମୁସ୍କିଲ ଦେଖାଦେଇଛି । ବୁଲେଟ୍ ଟ୍ରେନରେ ବ୍ରେକ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ ବୁଲେଟ୍ ଟ୍ରେନକୁ ଝଟକା । ଏହି ପ୍ରକଳ୍ପ ପାଇଁ ଅର୍ଥ ଯୋଗାଉଥିବା ଜାପାନ କମ୍ପାନି ଜାପାନ ଇଂଟରନ୍ୟୋସନାଲ ଏଜେନ୍ସି ବୁଲେଟ୍ ଟ୍ରେନ୍ ନେଟୱର୍କ (ଜିକା) ଅର୍ଥ ବନ୍ଧ କରିଦେଇଛି । ଏହି ପ୍ରକଳ୍ପକୁ ନେଇ ଆଗକୁ ବଢ଼ିବା ପୂର୍ବରୁ ଦେଶର କୃଷକଙ୍କ ସମସ୍ୟା ଉପରେ ପ୍ରଥମେ ଧ୍ୟାନ ଦେବା ପାଇଁ ମୋଦି ସରକାରଙ୍କୁ ପରାମର୍ଶ ଦେଇଛି ଜାପାନ୍ ।ଏକ ଲକ୍ଷ କୋଟି ଋଣ ଆଣି ହେବାକୁ ଥିବା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିର୍ମାଣ କରିବାର ଯୋଜନା କରିଥିଲେ ମୋଦି ସରକାର । ତେବେ ମହାରାଷ୍ଟ୍ର ଓ ଗୁଜୁରାଟର କୃଷକଙ୍କ ବିରୋଧ ଯୋଗୁଁ ପ୍ରସ୍ତାବିତ ଟ୍ରେନ ପାଇଁ ଜମି ଅଧିଗ୍ରହଣ କାର‌୍ୟ୍ୟ ଅଧାରେ ଅଟକି ରହିଛି । ଏହି ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରିଛନ୍ତି । ତେବେ ସେପଟେ ଜାପାନ କମ୍ପାନି ପ୍ରଥମେ ଚାଷୀଙ୍କ ସମସ୍ୟାର ସମ।।ଧାନ କରିବା ପାଇଁ ପରାମର୍ଶ ଦେଇଛି । ସୂଚନାଯୋଗ୍ୟ ୨୦୦୨ ପର‌୍ୟ୍ୟନ୍ତ ଏହି ପ୍ରକଳ୍ପ ପୁରା ହେବ ବୋଲି ଲକ୍ଷ୍ୟ ଥିଲା । ଏପଟେ ଜାପାନ ଅର୍ଥ ଦେବାକୁ ମନା କରିବା ପରେ ପଶ୍ନ ଉଠୁଛି ଠିକ୍ ସମୟରେ ପ୍ରକଳ୍ପ ତିଆରି ହୋଇପାରିବତ ?

Share

Leave a Reply

Your email address will not be published. Required fields are marked *

2 × 3 =