ଭୁବନେଶ୍ୱର ପାଇଁ ସୁନୀତି ମୁଣ୍ଡ୍ ବିଜେପିର ମେୟର ପ୍ରାର୍ଥୀ

ବିଜେପି ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ । ଡକ୍ଟର ସୁନୀତି ମୁଣ୍ଡ୍ ଙ୍କୁ ବିଜେପି ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ଡକ୍ଚର ମୁଣ୍ଡ୍ ଜଣେ ସୁଲେଖିକା ।
ବିଜେପିର ଘୋଷଣା ପରେ ଭୁବନେଶ୍ୱର ପାଇଁ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ମେୟର ପ୍ରାର୍ଥୀ ଘୋଷଣା ଶେଷ ହୋଇଛି । କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟ, ବିଜେଡି ସୁଲୋଚନା ଦାସ ଓ ବିଜେପିର ପ୍ରାର୍ଥୀ ଭାବେ ସୁନୀତି ମୁଣ୍ଜ୍ ମେୟର ପ୍ରାର୍ଥୀ ଭାବେ ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + 19 =