ବିଜେଡିର ସାଂଗଠନିକ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର() ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ୫ଟି ପର୍ଯ୍ୟୟରେ ଚଳିତ ଡିସେମ୍ବର ୨୭ ତାରିଖରୁ ୨୬ ଫେବୃଆରୀ ୨୦୨୦ ମଧ୍ୟରେ ଅନୁÂିତ ହେବ । ଦଳର ସାଂଗଠନିକ ନିର୍ବାଚନ ସୂଚାରୁ ରୁପେ ପରିଚାଳନା କରିବା ପାଇଁ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତି କରିବା ପରେ ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଦେବ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନର୍ବାଚନ ଅଧିକାରୀ ଏବଂ ସମସ୍ତ ବ୍ଲକ ଓ ନଗରାଂଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀ ମାନଙ୍କୁ ନିଯୁକ୍ତ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ଡିସେମ୍ବର ୨୦୧୯ରୁ ୧୩ ଜାନୁଆରୀ ୨୦୨୦ ମଧ୍ୟରେ ହେବ । ଏହି ପର୍ଯ୍ୟାୟରେ ଗ୍ରାମପଂଚାୟତ ସମଭାପତି ସହିତ ସଭା ଓ ନଗରାଂଚଳର ୱାର୍ଡ ସଭାପତି ସହିତ କମିଟି ସଭ୍ୟପଦ ପାଇଁ ନିର୍ବାଚନ ଅନୁÂିତ ହେବ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୧୪ ଜାନୁଆରୀରୁ ଆରମ୍ଭ ହୋଇ ୨୯ ଜାନୁଆରୀ ରେ ଶେଷ ହେବ । ଏଥିରେ ବ୍ଲକ ସଭାପତି ସହିତ ବ୍ଲକ କମିଟି ସଭ୍ୟ ,ଏନଏସି ସଭାପତି ସହିତ ଏନଏସି କମିଟି ସଭ୍ୟ , ମୁ୍ୟନିସିପାଲିଟି ସଭାପତି ସହିତ ମୁ୍ୟନିସିପାଲଟି କମିଟି ସଭ୍ୟ,ମହାନଗର ନିଗମ ସଭାପତି ସହିତ ମହାନଗର ନିଗମ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ଅନୁÂିତ ହେବ ।

ତୃତୀୟ ପର୍ଯ୍ୟାୟ ୩୦ ଜାନୁଆରୀ ରୁ ୧୫ ଫେବୃଆରି ମଧ୍ୟରେ ଅନୁÂିତ ହେବ । ଏଥିରେ ଜିଲ୍ଲା ସଭାପତି ସହିତ ଜିଲ୍ଲା କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ଅନୁÂିତ ହେବ ।

ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୧୬ ଫେବୃଆରୀ ରୁ ୧୮ ଫେବୃଆରୀ ମଧ୍ୟରେ ଅନୁÂିତ ହେବ । ଏଥିରେ ରାଜ୍ୟ ପରିଷଦ ସଭ୍ୟପଦ ପାଇଁ ନିର୍ବାଚନ ହେବ ।

ପଂଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ୨୩ ଫେବୃଆରୀ ଠାରୁ ଆରମ୍ଭ କରି ୨୬ ଫେବୃଆରୀରେ ଶେଷ ହେବ । ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟାଳୟ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁÂିତ ହେବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 16 =