ରାଜଭବନ ଆଗରେ ଗର୍ଜିଲା ବିଜେଡି

ରାଜଭବନ ଆଗରେ ବିଜେଡିର ପ୍ରତିବାଦ । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ଅର୍ଥରୁ କେନ୍ଦ୍ରୀୟ ଅଂଶ କମାଇଦେବାକୁ ବିରୋଧ କରିଛି ଦଳ । ପୂର୍ବରୁ କେନ୍ଦ୍ର ସରକାର ଦେଉଥିବା ୯୦ପ୍ରତିଶତ ଛାତ୍ର ବୃତ୍ତିକୁ ଏବେ ୨୦ପ୍ରତିଶତ କରାଯାଇଥିବା ବିଜେଡି କହିଛି । ଏପରିକି ଧାର୍ୟ୍ୟ ସମୟ ଭିତରେ କେନ୍ଦ୍ର ସରକାର ନିଜ ଅଂଶଧନ ଦେଉନଥିବାରୁ ରାଜ୍ୟ ଉପରେ ଆର୍ଥିକ ବୋଝ ପଡୁଛି । ତେଣୁ ଏହାକୁ ବିରୋଧ କରି ଆଜି ସକାଳ ୮ଟାରୁ ଭୁବନେଶ୍ୱର ରାଜଭବନ ସାମ୍ନାରେ ୧୨ ଘଂଟାର ପ୍ରତୀକାତ୍ମକ ରିଲେ ଅନଶନ କରାଯାଉଛି ।
ବିଜେଡ଼ି ଅଭିଯୋଗ କରିଛି ୨ ଲକ୍ଷରୁ ଅଧିକ ପିଲାଙ୍କ ସ୍ୱାର୍ଥ ରକ୍ଷାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଛାତ୍ର ବୃତ୍ତିର ଢାଞ୍ଚାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି କେନ୍ଦ୍ର । ଅନୁସୂଚିତ ଜାତି ପିଲାଙ୍କ ଭବିଷ୍ୟତ ଉପରେ କୁଠାରଘାତ ହୋଇଛି ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ ବିଫଳ ହୋଇଛି କେନ୍ଦ୍ର ସରକାର । ବିଜେଡି ଅଭିଯୋଗ କରିଛି, ପୂର୍ବରୁ କେନ୍ଦ୍ର ଦେଉଥିବା ୯୦% ଛାତ୍ରବୃତ୍ତି ଏବଂ ୨୦%ରେ ସୀମିତ ରହିଛି । ଯାହାଫଳରେ ଏବେ ରାଜ୍ୟ ଉପରେ ଛାତ୍ରବୃତ୍ତିର ବୋଝ ରହିଛି । ଏପରିକି ଧାର୍ୟ୍ୟ ସମୟରେ କେନ୍ଦ୍ର ନିଜ ଅଂଶଧନ ଦେଉନାହିଁ ବୋଲି ମଧ୍ୟ ବିଜେଡି ଅଭିଯୋଗ କରିଛି । କେନ୍ଦ୍ରର ଏପରି ବୈମାତୃକ ମନୋଭାବ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ନିଷ୍ଠା ଓ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ନିଜ ନିଜ ନିଷ୍ପତ୍ତିର ତୁରନ୍ତ ପୁନଃବିଚାର କରିବାକୁ କେନ୍ଦ୍ରକୁ ବିଜେଡି ଦାବି କରିଛି ।

Share

Leave a Reply

Your email address will not be published. Required fields are marked *

10 − one =