Friday, October 30, 2026
Latestରାଜନୀତି

ଉପନିର୍ବାଚନ ବାତିଲ କରିବାକୁ ବିଜେପିର ଦାବି

ମୟୁରଭଂଜ ଜିଲ୍ଲା ବିଜେତଳା ପଂଚାୟତର ୩୨ନମ୍ବର ଜିଲ୍ଲା ପରିଷଦ  ଉପ ନିର୍ବାଚନରେ ବୁଥ ରିଗିଂ ହୋଇଥିବା ସମ୍ପର୍କରେ ବିଜେପି ଅଭିଯୋଗ କରି ନିର୍ବାଚନକୁ ବାତିଲ କରିବା ପାଇଁ ଦାବି କରିଛି । ଆସନ୍ତାକାଲି ହେବାକୁ ଥିବା ଭୋଟ ଗଣତି ବନ୍ଦ କରିବା ପାଇଁ ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନକୁ ଦାବିପତ୍ର ଦିଆଯିବା ସହ ଏଠାରେ ସାନି ନିର୍ବାଚନ କରିବାକୁ ମଧ୍ୟ ଦାବି କରାଯାଇଛି । ୧୨,୧୩,୧୪ ଓ ୧୫ ନମ୍ବର ବୁଥରେ ବିଜେପିର ପୋଲିଂ ଏଜେଂଟକୁ ଅପହରଣ କରି ନିଆଯାଇ ସେସବୁ ସ୍ଥାନରେ ବିଜେଡି ଭୋଟ ରିଗିଂ କରିଛି ବୋଲି ବିଜେପି ନିର୍ବାଚନ କମିଶନକୁ ଅଭିଯୋଗ କରିଛି ।
Share

Leave a Reply

Your email address will not be published. Required fields are marked *

2 × one =