ପ୍ରଚାର ମଇଦାନରେ ଶେଷ ସଂଗ୍ରାମ

ବରଗଡ( ) ଆଜି ବିଜେପୁର ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ସବୁ ଦଳର ପ୍ରାର୍ଥୀ ଓ କର୍ମୀ ମାନେ ଶେଷ ସଂଗ୍ରାମରେ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ବିଶେଷ କରି ବିଜେଡି ଓ ବିଜେପି ପ୍ରଚାର ସମୟରେ ପରସ୍ପରକୁ କଡା ଟକ୍କର ଦେଉଛନ୍ତି ।

ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ଏନଏସି ଅଞ୍ଚଳରେ ପ୍ରଚାର କରିବେ। ତାଙ୍କ ସହ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ ମଧ୍ୟ ପ୍ରଚାରରେ ସାମିଲ ହେବେ।

ବିଜେପି ପ୍ରାର୍ଥୀ ସନତ ଗଡତିଆ ଗାଇସିଲେଟ ବ୍ଲକର ବିଭିନ୍ନ ଅଞ୍ଚଳ ସହ ବରପାଲିରେ ପ୍ରଚାର କରିବେ।ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରଗଡ ସାଂସଦ ସୁରେଶ ପୂଜାରୀ ଓ କେ.ଭି. ସିଂଦେଓ ପ୍ରମୁଖ ତାଙ୍କ ପାଇଁ ପ୍ରଚାର କରିବେ।

କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ବିଜେପୁରର ବିଭିନ୍ନ ଅଞ୍ଚଳକୁ ଯାଇ ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ପଦ୍ମପୁର ଆରଏମସି ପଡ଼ିଆରେ ନିର୍ବାଚନ ଦାୟିତ୍ୱରେ ଥିବା ପୋଲିଂ ଅଧିକାରୀଙ୍କୁ ଆଜି ଭିଭିପାଟ୍ ଓ ଇଭିଏମ ବଣ୍ଟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

four × 5 =