ସମସ୍ତ ୩୨ ଅଭିଯୁକ୍ତ ଦୋଷ ମୁକ୍ତ

ନୂଆଦିଲ୍ଲୀ()  ଦୀର୍ଘ  ୨୮ ବର୍ଷ ତଳର ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ପ୍ରକାଶ ପାଇଛି । ଲକ୍ଷ୍ନୌରେ ସିବିଆଇ ସ୍ପେଶାଲ କୋର୍ଟ ଜଜ ଏସ.କେ ଯାଦବ ଏହି ମାମଲାର ରାୟ ଶୁଣାଇଛନ୍ତି । ବାବ୍ରୀ ଭଙ୍ଗା ପୂର୍ବ ନିର୍ଦ୍ଧାରିତ ଯୋଜନା ନଥିଲା ବୋଲି   ସିବିଆଇ ସ୍ପେଶାଲ କୋର୍ଟ ଜଜ ଏସ.କେ ଯାଦବ କହିଛନ୍ତି । ଏଥିସହ ବାବ୍ର୍ରୀ ମସଜିଦ ଭଙ୍ଗା ନେଇ ଯଥେଷ୍ଟ ପ୍ରମାଣ ନଥିବା ଦର୍ଶାଇ ସେ  ମାମଲାର ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ।  ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ ପ୍ରମାଣ ନାହିଁ ।  ବାବ୍ରୀ ଭଙ୍ଗାକୁ ପୂର୍ବ ଯୋଜନା ପ୍ରସ୍ତୁତ କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।  ଏହାଛଡ଼ା ଏହା ସାମୟିକ ଆବେଗ ହୋଇପାରେ, ପୂର୍ବ ଯୋଜନାପ୍ରସ୍ତୁତ ନୁହେଁ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି ।

ବରିଷ୍ଠ ନେତା ଲାଲକୃଷ୍ଣ  ଆଡଭାନି, ମୁରଲୀ ମନୋହର ଯୋଶୀ ଏହି ମାମଲାର ଅଭିଯୁକ୍ତ ଥିଲେ ।  ଏହାଛଡ଼ା ଉମା ଭାରତୀ, ବିନୟ କଟିୟାର, ସ୍ୱାଧୀ ରିତମ୍ବରା, ମହନ୍ତ ନିତ୍ୟ ଗୋପାଳ, କଲ୍ୟାଣ ସିଂ ଓ ସାକ୍ଷୀ ମହାରାଜଙ୍କ ମଧ୍ୟ ଏହି ମାମଲାର ଅଭିଯୁକ୍ତ ଥିଲେ ।  ଦୋଷୀ ସାବ୍ୟସ୍ତ ହୋଇଥିଲେ ଏମାନେ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିଥାନ୍ତେ ।

Share

Leave a Reply

Your email address will not be published. Required fields are marked *

four − three =