ଦିଲ୍ପୀପଙ୍କ ପରେ ବିଜେପି ଛାଡିବାର ସଙ୍କେତ ଦେଲେ ବିଜୟ

ଭୁବନେଶ୍ବର () ବିଜେପିର ଦୁଇ ବରିଷ୍ଠ ନେତା କେନ୍ଦ୍ରୀୟ ନେତୃତ୍ବ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିବେ । ଗତକାଲି ଦିଲ୍ଲୀପ ରାୟ ଏହାର ସୂଚନା ଦେଇସାରିଥିବା ବେଳେ ଆଜି ବିଜୟ ମହାପାତ୍ର ବି ସମାନ ପନ୍ଥା ଆପଣେଇବେ ବୋଲି ସଙ୍କେତ ଦେଇଛନ୍ତି ।

ବିଜେପିକୁ ଖୁବଶୀଘ୍ର କରିବେ ବାଏ ବାଏ। ଖୁବଶୀଘ୍ର ବିଜେପିରୁ ଦୁରେଇ ଯିବି ବୋଲି ରାଉରକେଲା ବିଜେପି ବିଧାୟକ ଦିଲ୍ଲୀପ ରାୟ କହିବାର ଦିନକ ପରେ ଏବେ ସମାନ ରାସ୍ତା ଆପଣାଇବାକୁ ଯାଉଛନ୍ତି ବିଜୟ ମହାପାତ୍ର। ବିଜୟଙ୍କ କହିବା କଥା ଉଭୟ ବସି ଆଲୋଚନା କରିବୁ। ଖୁବଶୀଘ୍ର ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ପୂର୍ବରୁ ଉଭୟଙ୍କୁ ନେଇ ବେଶ ଚର୍ଚ୍ଚା ହେଉଥିଲା। ଯେହେତୁ ନିର୍ବାଚନ ଆଉ କମ ସମୟ ରହିଛି ତେଣୁ ଏନେଇ ନିଷ୍ପତ୍ତି ବି ତୁରନ୍ତ ନେଇପାରନ୍ତି ଉଭୟ।

ଦିଲ୍ଲୀପ ରାୟ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଏବଂ ରାଉଲକେଲା ଆଇଜିଏଚ ହସପିଟାଲକୁ ସୁପର ସ୍ପେଶିଆଲିଟି ହସପିଟାଲରେ ରୂପାନ୍ତରିତ କରିବା ଦାବିନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ରାଉଲକେଲା ଗସ୍ତରେ ଆସିଥିବା ବେଳେ ନିଜେ ପ୍ରଧାନମନ୍ତ୍ରୀ ଏହାର ଘୋଷଣା କରିଥିଲେ । କିନ୍ତୁ 4 ବର୍ଷ ପରେ ବି ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସେପଟେ ପ୍ରଧାନମନ୍ତ୍ରୀଙ୍କୁ ନିଜ ଅଂଚଳର ଦାବି ସଂପର୍କରେ ଚିଠି ଲେଖି ଦିଲ୍ଲୀପ ଦଳ ମଧ୍ୟରେ ଅପ୍ରିୟ ହୋଇଯାଇଛନ୍ତି ।

ବିଜୟ ମହାପାତ୍ର ସେହିଭଳି ଏକ ସମୟରେ ବିଜେଡି ବିରୋଧୀ ଲଢେଇରେ ବିଜେପିର ମଙ୍ଗ ଧରିଥିଲେ । ସରକାରଙ୍କ ବିରୋଧରେ ଅନେକ ପ୍ରସଙ୍ଗ ଉଠାଇ ଅଡୁଆରେ ପକାଇଥିଲେ । କିନ୍ତୁ ଦଳର ଏହି ଦୁଇ ନେତାଙ୍କୁ ହଠାତ କଣଠେସା କରିଦିଆଯାଇଛି ।

ଏ ସଂପର୍କରେ ପ୍ରତିକ୍ରିୟା ରଖି ବିଜୟ କହିଛନ୍ତି ଯେ, ମୁହଁ ବନ୍ଦ କରି ବସିବାରେ ବହୁ ବିଳମ୍ବ ହୋଇଗଲାଣି । ରାଜ୍ୟବାସୀ  ବିଜେଡି, ବିଜେପି ସମସ୍ତେ ଜାଣିଛନ୍ତି ଦିଲ୍ଲୀପ ରାୟ କି ପ୍ରସଙ୍ଗ ଉଠାଉଥିଲେ । ସେ ନିଜ ନିର୍ବାଚନମଣ୍ଡଳୀ କଥା ଉଠାଉଥିଲେ । ଦିଲ୍ଲୀପ ରାୟ ନିଜେ ମଧ୍ୟ ରାଉଲକେଲା ପ୍ରତି ପ୍ରଧାନମନ୍ତ୍ରୀଙ୍କ ବୈମାତୃକ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ବିଜୟଙ୍କ ଏହି ବିବୃତିରୁ ସ୍ପଷ୍ଟ ହୋଇଛି ଯେ, ଖୁବଶୀଘ୍ର ଏହି ଦୁଇ ବରିଷ୍ଠ ନେତା ଏକ ବଡ ନିଷ୍ପତ୍ତି ନେବେ । ଏହି ଦୁଇ ନେତା ବିଜେପି ଛାଡିବା ନେଇ ହେଉଥିବା ଚର୍ଚ୍ଚା ରାଜ୍ୟ ବିଜେପିକୁ ଅଡୁଆରେ ପକାଇଛି । ଗତ ସାଧାରଣ ନିର୍ବାଚନରେ ଦିଲ୍ଲୀପଙ୍କ ସହଯୋଗରେ ଜୁଏଲ ଓରାମ ସୁନ୍ଦରଗଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ଦିଲ୍ଲୀପ ଯଦି ବିଧାୟକ ପଦରୁ ଏବଂ ପରବର୍ତ୍ତି ସମୟରେ ବିଜେପିରୁ ଇସ୍ତଫା ଦିଅନ୍ତି ତେବେ ଦଲ ପାଇଁ ଏହା ଭାରି ପଡିବ ବୋଲି ଆକଳନ କରାଯାଉଛି ।

ତେବେ ଉଭୟଙ୍କ ଦଳ ଛାଡିବା ନିଷ୍ପତ୍ତି ଉପରେ ରାଜ୍ୟ ବିଜେପି ମାପିଚୁପି ମନ୍ତବ୍ୟ ରଖିଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଦଳରେ ପରିଶ୍ରମ କରି ନିଜ ସ୍ଥାନ ପକ୍କା କରିଥାନ୍ତି ନେତା। ବିଜୟ ହୁଅନ୍ତୁ ଅବା ଦିଲ୍ଲୀପ ଦଳ ଛାଡିବା ପରେ ମତ ରଖାଯିବ ବୋଲି କହିଛନ୍ତି। ସେପଟେ କଂଗ୍ରେସ କହିଛି କୌଣସି ପ୍ରଭାବ ପଡ଼ିବ ନାହିଁ।

Share

Leave a Reply

Your email address will not be published. Required fields are marked *

10 − 6 =