ଆତଙ୍କବାଦୀଙ୍କ ଟାର୍ଗେଟରେ ଉପରାଜ୍ୟପାଳ

ନୂଆଦିଲ୍ଲୀ () ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ନେଇଥିବା ଓଡ଼ିଆର ଗିରିଶ ଚନ୍ଦ୍ର ମୁର୍ମୁ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ । ଗୁଇନ୍ଦା ରିପୋର୍ଟ ଅନୁଯାୟୀ ନବ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ମୁଜାଫରାବାଦରେ ଆତଙ୍କବାଦୀମାନେ ଏହି ପ୍ରସଙ୍ଗରେ ଅକ୍ଟୋବର ୨୯ରେ ଏକ ବୈଠକ କରିଥିଲେ।

ଜମ୍ମୁ କଶ୍ମୀରର କୋଟଲିର ଜମା-ଉଲ-ହକ ମଦରାସାରେ ଅକ୍ଟୋବର ୨୯ରେ ଆତଙ୍କବାଦୀ ମାନେ ଏହି ବୈଠକ କରିଥିଲେ। ଏହି ବୈଠକରେ ସମସ୍ତ ଆତଙ୍କବାଦୀ ସାମିଲ୍ ହୋଇଥିଲେ। ତେବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ଜୈଶ-ଏ-ମହମ୍ମଦକୁ ଅନୁପ୍ରବେଶ କରିବା ପାଇଁ ପ୍ରବର୍ତ୍ତାଇଥିବା ସୂଚନା ରହିଛି।

Share

Leave a Reply

Your email address will not be published. Required fields are marked *

8 + four =