ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଗତକାଲି ସଂକ୍ରମଣ ୪୦,୦୦୦ପାର କରିଥିବା ବେଳେ ଆଜି ସଂକ୍ରମଣ ୪୦,୦୦୦ପାଖାପାଖି ରହିଛି । ଏହା ସହ ମୃତ୍ୟୁସଂଖ୍ୟା ୪୦୦ଟପିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୮,୬୬୭କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୭୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୨୧,୫୬,୪୯୩ ଓ ମୃତ୍ୟୁସଂଖ୍ୟା ୪,୩୦,୭୩୨ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୫,୭୪୩ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୩,୩୮,୦୮୮ରେ ପହଞ୍ଚିଛି।

Share

Leave a Reply

Your email address will not be published. Required fields are marked *

4 × five =