Friday, October 30, 2026
Latestଜାତୀୟ

ତ୍ରିପୁରା ଦୁଇ ଓଡ଼ିଆ ମହିଳା ସାମ୍ବାଦିକା ଗିରଫ

ତ୍ରିପୁରା: ତ୍ରିପୁରାରେ ଓଡ଼ିଆ ସାମ୍ବାଦିକା ଗିରଫ। ଓଡ଼ିଆ ସାମ୍ବାଦିକା ସମୃଦ୍ଧି କେ. ଶକୁନିଆଙ୍କୁ ଗିରଫ କରିଛି ଆସାମ ପୋଲିସ। ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି ପାଇଁ ଉଦ୍ୟମ ଅଭିଯୋଗରେ ଗିରଫ କରାଯାଇଛି। ପରେ ତାଙ୍କୁ ତ୍ରିପୁରା ପୋଲିସକୁ ହସ୍ତାନ୍ତର କରିଛି ଆସାମ ପୋଲିସ। ଏନେଇ ତ୍ରିପୁରା ପୋଲିସ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି।

ସମୃଦ୍ଧିଙ୍କ ଘର ଝାରସୁଗୁଡ଼ାର ମନୋହରପଡ଼ାରେ ବୋଲି ଜଣାପଡ଼ିଛି। ତାଙ୍କ ସହ ଅନ୍ୟ ଜଣେ ସାମ୍ବାଦିକା ସ୍ୱର୍ଣ୍ଣ ଝାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଦିଲ୍ଲୀରେ କାର୍ଯ୍ୟ କରୁଥିବା ୨ ମହିଳା ସାମ୍ବାଦିକା ଗତ ଗୁରୁବାର ତ୍ରିପୁରା ଯାଇଥିବା ବେଳେ ସେମାନଙ୍କ ନାଁରେ ଦକ୍ଷିଣ ତ୍ରିପୁରାର ଗୋମତି ଜିଲ୍ଲା କାକ୍ରାବନ ଥାନାରେ ମାମଲା ରୁଜୁ ହୋଇଥିଲା। ଖବରକୁ କପୋଳକଳ୍ପିତ କରି ଦୁଇ ସଂପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିବା, ଅପରାଧିକ ଷଡ଼ଯନ୍ତ୍ର ରଚିବା ଆଦି ସଙ୍ଗୀନ ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ନିଜର ଖବରକୁ ସୋସିଆଲ ମିଡିଆରେ ସେୟାର କରି ଅଗରତାଲାକୁ ଯିବା ପରିବର୍ତ୍ତେ ଆସାମ ଆଡ଼କୁ ପଳାଇଯାଉଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି। ମାମଲା ରୁଜୁ ନେଇ ସମୃଦ୍ଧି ଟ୍ଵିଟ ଯୋଗେ ଜଣାଇଛନ୍ତି।

Share

Leave a Reply

Your email address will not be published. Required fields are marked *

eighteen − nine =