ଶ୍ରୀଲଙ୍କାରେ ISIS ଆଡ୍ଡା ଉପରେ ରେଡ୍, ୧୫ ମୃତ

ଶ୍ରୀଲଙ୍କା() ଶ୍ରୀଲଙ୍କାରେ ଇଷ୍ଟର ପର୍ବରେ ହୋଇଥିବା ସିରିଜି ବୋମା ବିସ୍ଫୋରଣ ପରେ ଆତଙ୍କବାଦୀଙ୍କ ଆକ୍ରମଣ ବଢିବାରେ ଲାଗିଛି । ଯାହାର ଜବାବ ଉଭୟ ପୋଲିସ ଏବଂ ସୁରକ୍ଷାବଳ ସାହସର ସହ ଦେଉଛନ୍ତି । ଶନିବାର ସୁରକ୍ଷାବଳ ପୂର୍ବ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ) ସହ ଜଡିତ ଥିବା ଅନେକ ଠିକଣା ଉପରେ ଚଢାଉ କରିଥିଲା । ଏହି ସମୟରେ ହୋଇଥିବା ମୁହାଁମୁହିଁରେ ୧୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେନା ପ୍ରବକ୍ତା ସୁମିତ୍ ଅଟାପଟ୍ଟୁ ଏଜେନ୍ସୀକୁ ଏହି ବିବରଣୀ ଦେଇଛନ୍ତି । ସେ କହିଛନ୍ତି ଯେ ସେନା ଯେତେବେଳେ କଲମୁନଇ ସହରରେ ବନ୍ଧୁକଧାରୀଙ୍କ ଠିକଣାରେ ପଶିବାକୁ ଚେଷ୍ଟା କରିଥିଲେ ସେତେବେଳେ ବନ୍ଧୁକଧାରୀ ଗୁଳି ଫୁଟାଇବା ଆରମ୍ଭ କରିଦେଇଥିଲେ । ପ୍ରବକ୍ତା କହିଛନ୍ତି ଯେ ଜବାବରେ ସୁରକ୍ଷାବଳଙ୍କ ଗୁଳିରେ ୧୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ତେବେ ଏହି ମୃତକ ମାନଙ୍କ ମଧ୍ୟରେ ୬ ଜଣ ଛୋଟପିଲା ରହିଥିବା ଜଣାପଡିଛି। ଏଥିରେ ଜଣେ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

Share

Leave a Reply

Your email address will not be published. Required fields are marked *

18 − five =