୧୬ ଓ ୧୮ ରେ ଏୟାର ସୋ

ଆଜାଦିକା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ବାୟୁସେନା ପକ୍ଷରୁ ଏୟାର ଶୋ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱର, ପୁରୀ ଓ ଆସାମର ଗୌହାଟୀକୁ ଚିହ୍ନଟ କରାଯାଇଛି। ଆସନ୍ତା ୧୬ ଓ ୧୮ ଦୁଇ ଦିନରେ ଏହି ଶୋ ହେବ। ୪୫ମିନିଟର ଏହି ଶୋ’ ପାଇଁ ୧୦ଟାରୁ ୧୧ଟା ଏବଂ ୪ଟା ୧୫ ମିନିଟରୁ ୫ଟା ୧୫ମିନିଟର ସମୟ ଧାର‌୍ୟ୍ୟ କରାଯାଇଛି। ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରେ ଏହି ଶୋ ପାଇଁ ସ୍ଥାନ ଚିହ୍ନଟ ହୋଇଥିଲେ ହେଁ ଚୂଡାନ୍ତ ନିଷ୍ପତି ହୋଇନାହିଁ। ତେବେ ପୁରୀ ସ୍ଥିତ ରାଜଭବନ ପଛପାଖ ସମୁଦ୍ର ବେଳାଭୂମିରେ ଏହି ଶୋ’ ହେବ। ପାଣିପାଗକୁ ଦୃଷ୍ଟିରେ ରଖି ଯେକୌଣସି ଗୋଟିଏ ସମୟରେ ଏହି ଏୟାର ଶୋ କରାଯିବ। ଶୋ ପାଇଁ ଆସନ୍ତା୬ ତାରିଖରୁ ପର‌୍ୟ୍ୟାୟ କ୍ରମେ ୧୨ଟି ଏୟାର କ୍ରାଫ୍ଟ ଅସିବ। ଏଥିପାଇଁ ପ୍ରସ୍ତୁତି ସରିଛି। ଶୋ’ ପୂର୍ବରୁ ରିହାରସେଲ କରାଯିବ। ଏୟାର ଶୋ’ରେ ୮୦ରୁ ୯୦ଜଣ ସଦସ୍ୟ ସାମିଲ ହେବେ ବୋଲି ଭୁବନେଶ୍ବର ସ୍ଥିତ ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

four + 7 =