ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କୁ ମିଳିବ ୧୦% ସଂରକ୍ଷଣ

ସାରା ଦେଶରେ ଜାରି ରହିଛି ଅଗ୍ନିବୀରଙ୍କ ସଂଘର୍ଷ । ଗୃହମନ୍ତ୍ରାଳୟ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗ୍ନିବୀରମାନେ ୪ ବର୍ଷ ପୂରଣ କରିବା ପରେ ସିଏପିଏଫ, ଆସାମ ରାଇଫଲ୍ସ ନିଯୁକ୍ତି ବେଳେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏଥିସହ ନିଯୁକ୍ତିବେଳେ ସେମାନଙ୍କ ବୟସ ୩ ବର୍ଷ କୋହଳ କରାଯିବ । ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାର ୫ ବର୍ଷ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ସାରା ଦେଶରେ ଅଗ୍ନିପଥ ସ୍ମିମ୍‌କୁ ନେଇ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଉଥିଲେ । ଏଭଳି ସ୍ଥିତିରେ ୁକେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

15 − 12 =