ରାଜ୍ୟସଭାକୁ ନିର୍ବାଚିତ ହେଲେ ନିରଞ୍ଜନ ବିଶି

ରାଜ୍ୟସଭାକୁ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ତେବେ ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଥିଲା । ହେଲେ ଅପରାହ୍ନ ୩ଟା ସୁଦ୍ଧା କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଦେଇ ନଥିଲେ । ଯାହା ଫଳରେ ନିରଞ୍ଜନ ବିଶି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।

ସେପଟେ ରାଜ୍ୟ ସଭା ସଦସ୍ୟ ସୁବାସ ସିଂ ଇସ୍ତଫା ଦେବା ପରେ ଉପନିର୍ବାଚନ ଲାଗି ନିରଞ୍ଜନ ବିଶି ପ୍ରାର୍ଥୀ ହୋଇଥିଲେ । ରାଜ୍ୟସଭା ରିଟର୍ନିଂ ଅଫିସର ନିରଞ୍ଜନଙ୍କୁ ରାଜ୍ୟସଭା ପାଇଁ ପ୍ରମାଣପତ୍ର ଦେଇଛନ୍ତି । ଆସନ୍ତା ୩ ବର୍ଷ ଲାଗି ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Share

Leave a Reply

Your email address will not be published. Required fields are marked *

eighteen − 2 =