ମୋମୋ ପରେ ଅଭିଲିଆର ଆତଙ୍କ

ପ୍ରଥମେ ବ୍ଲୁ ହ୍ୱେ୍ୱଲ୍ ତାପରେ ମୋମୋ ପରେ ଆଉ ଏବେ ଓଡ଼ିଶାରେ ପଶିଛି ଅଲିଭିଆ । ହ୍ଵାଟସ୍ଆପରେ ଆସୁଥିବା ଏକ ଅନଲାଇନ୍ ସ୍ପାମ୍ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଛି । ମୁଖ୍ୟତଃ ଶିଶୁଙ୍କ ପ୍ରାଣହାନୀ କରିବାକୁ ବିଦେଶର ସାଇବର୍ ଅପରାଧୀ ଏ ପ୍ରକାର ସ୍ପାମ୍ ବ୍ୟବହାର କରୁଥିବା କୁହାଯାଉଛି । ଓଡ଼ିଶାରେ ଅଲିଭିଆ ପଶିବା ପରେ ଆତଙ୍କ ସୃଷ୍ଟି ହେଲାଣି । ଏନେଇ ଗତକାଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଅବିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଆଗୁଆ ସତର୍କ କରିଦିଆଯାଇଛି । କୌଣସି ଅଜଣା ମୋବାଇଲ୍ ନମ୍ବରରୁ ଆସୁଥିବା ମେସେଜ୍କୁ ଇନଭକ୍ସରେ ନଖୋଲିବାକୁ ପରାମର୍ଶ ଦିଆଯାଇଛି । । ଲିଙ୍କ୍ ଖୋଲିବା ମାତ୍ରକେ ମୋବାଇଲ୍ ହ୍ୟାକ୍ ଏବଂ ଛାତ୍ର କିମ୍ବା ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି । ଅନ୍ୟପଟେ ଅଲିଭିଆ ନିଜକୁ ହ୍ଵାଟସ୍ଆପ୍ର ସ୍ୱୀକୃତିପ୍ରାପ୍ତ ଏକ ସଂସ୍ଥା ବୋଲି ଦାବି କରୁଛି । ହ୍ଵାଟସଆପରେ କୌଣସି ସନ୍ଦେହଜନକ ମେସେଜ୍ ଆସିଲେ ତାକୁ ଅଣଦେଖା କରିବାକୁ କୁହାଯାଇଛି । ମୋବାଇଲରେ ପିଲାମାନେ କେଉଁ ପ୍ରକାର ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ଏବଂ କେଉଁ ବନ୍ଧୁଙ୍କ ସହିତ କି ପ୍ରକାର ଉଦ୍ଦେଶ୍ୟ ନେଇ ଯୋଗାଯୋଗରେ ରହୁଛନ୍ତି, ଏସବୁ ଉପରେ କଡ଼ା ନଜର ରଖିବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

fifteen − fourteen =