ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା ଘଟଣା ପାଇଁ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଟଙ୍କା ଜରିମାନା

ପ୍ୟାରିସ-ଦିଲ୍ଲୀ ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା ଘଟଣା ପାଇଁ ଏୟାର ଇଣ୍ଡିଆ ଉପରେ ପୁଣି ଜରିମାନା ଲାଗିଛି । ୬ ଡିସେମ୍ବର ୨୦୨୨ରେ ଘଟିଥିବା ଏହି ଘଟଣା ରିପୋର୍ଟ କରିନଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି ।

ଏୟାର ଇଣ୍ଡିଆର ଏଆଇ ୧୪୨ ପ୍ୟାରିସ-ଦିଲ୍ଲୀ ବିମାନରେ ଜଣେ ପୁରୁଷ ଯାତ୍ରୀ ୱାଶରୁମରେ ସିଗାରେଟ ଟାଣିଥିଲେ ଏବଂ ପରେ ଏକ ସିଟରେ ପଡ଼ିଥିବା ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିଥିଲେ। ଏହି ଘଟଣା ସମ୍ପର୍କରେ ରିପୋର୍ଟ କରିନଥିବା ଯୋଗୁଁ ଡିଜିସିଏ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଗତ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏୟାର ଇଣ୍ଡିଆକୁ ଜରିମାନା କରାଯାଇଛି।

ଗତ ବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୟସ୍କା ମହିଳାଙ୍କ ଉପରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ପରିସ୍ରା କରିଥିଲେ । ଏହି ଘଟଣା ପାଇଁ ଡିଜିସିଏ ନିକଟରେ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଏବଂ ଏୟାର ଇଣ୍ଡିଆ ବିମାନ ସେବା ନିର୍ଦ୍ଦେଶକଙ୍କ ଉପରେ ୩ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲା। ଏହାଛଡ଼ା ପାଇଲଟ୍-ଇନ୍-ଚାର୍ଜଙ୍କ ଲାଇସେନ୍ସ ମଧ୍ୟ ତିନିମାସ ପାଇଁ ରଦ୍ଦ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

eight − two =