ଭୂମିକମ୍ପ ପରେ ସୁନାମୀ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୮୦ ଟପିଲା

ଉତ୍ତର ଇଣ୍ଡୋନେସିଆର ସୁଲାବେସି ଦ୍ୱୀପରେ ଗତକାଲି ଆସିଥିବା ଭୂମିକମ୍ପ ଏହି ପର‌୍ୟ୍ୟଟନ ସ୍ଥଳୀରେ ପ୍ରଳୟ ସୃଷ୍ଟି କରିଛି । ୭.୫ ତୀବ୍ରତାର ଭୂକମ୍ପ ପରେ ୧୮ ଫୁଟ ଉଚ୍ଚକୁ ଉଠିଥିଲା ସମୂଦ୍ର ଜୁଆର । ସୁନାମି ଫଳରେ ସୁଲାବେସି ଦ୍ୱୀପରେ ଯେଉଁ ଜଳ ପ୍ରଳୟ ସୃଷ୍ଟି ହୋଇଛି ସେଥିରେ ଦିନକୁ ଦିନ ମୃତ୍ୟୂ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏପର‌୍ୟ୍ୟନ୍ତ ୩ ଶହ ୮୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସଂପୂର୍ଣ୍ଣ ପାଣିରେ ବୁଡିଯାଇଛି “ପାଲୁ’ ସହର ।ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା କହିଛି, ଦଙ୍ଗଲା ସହରର ୩୫ କିଲୋମିଟର ପୂର୍ବରୁ ଭୂମିକମ୍ପର କେନ୍ଦ୍ର ସ୍ଥଳୀ ଥିଲା । ଏହା ପରେ ଶନିବାର ସକାଳୁ ମଧ୍ୟ ମୃଦୁ ଭୂମିକମ୍ପର ଝଟକା ଅନୂଭୂତ ହୋଇଛି । ସେପଟେ ଭୂମିକମ୍ପ ପ୍ରଭାବରେ ମାଡି ଆସିଥିବା ସମୂଦ୍ର ଜଳ ଜନବସତିରେ ପ୍ରବେଶ କରିଛି । ଇଣ୍ଡୋନେସିଆ ବିପର‌୍ୟ୍ୟୟ ପରିଚାଳନା ସଂସ୍ଥା ସୁନାମୀ ଚେତାବନୀ ଜାରି କରିଥିଲେ ବି ତଟବର୍ତୀ ଅଂଚଳକୁ ସୁରକ୍ଷିତ କରାଯାଇପାରିନାହିଁ । ଭୂମିକମ୍ପ ପରେ ଶତାଧିକ ଘର ମାଟିରେ ମିଶିଯାଇଥିବା ବେଳେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ହସ୍ପିଟାଲ, ହୋଟେଲ ଓ ସପିଂ ମଲ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି ।

Share

Leave a Reply

Your email address will not be published. Required fields are marked *

two × four =