ବିହାରରେ ପୁଣି ୮ ମୁଣ୍ଡ ନେଲା‌ ବିଷାକ୍ତ ମଦ

ବିହାରରେ ପୁଣି ମୁଣ୍ଡ ନେଇଛି ବିଷାକ୍ତ ମଦ । ସିୱାନ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଗୋପାଳଗଞ୍ଜରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସିଓ୍ବାନ ଜିଲ୍ଲାରେ ୧୪ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏଡିଜି ଜିତେନ୍ଦ୍ର ସିଂହ ଗଙ୍ଗୱାର କହିଛନ୍ତି ଯେ ସାନିଟାଇଜର ପ୍ରସ୍ତୁତ କରିବା ପାଇଁ କୋଲକାତାରୁ ସ୍ପିରିଟ୍ ​​ଅଣାଯାଇଥିଲା । ସେଥିରୁ ମଦ ପ୍ରସ୍ତୁତ କରାଯାଇଥିଲା। ଏହି ମାମଲାରେ ୧୬ ଜଣଙ୍କୁ ଗିରଫ କରାଯାଇଛି।

ବିଷାକ୍ତ ମଦ କାରବାରର ଅଧିକାଂଶ ମାମଲା ଜିଲ୍ଲାର ଲକଡି ନଭିଗଞ୍ଜ ଓପି ଥାନା ଅଞ୍ଚଳର ବାଲା ଓ ଭୋପଟପୁର ଗାଁରୁ ଆସିଛି ।

ଉଲ୍ଲେଖଯୋଗ୍ୟ ପ୍ରାୟ ଦେଢ଼ ମାସ ତଳେ ବିହାରରେ ଛାପ୍ରାଠାରେ ବିଷାକ୍ତ ମଦ ପିଇ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

four + 20 =