Friday, October 30, 2026
Latestରାଜନୀତି

ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ତୀବ୍ର ନିନ୍ଦା କଲା ବିଜେଡି

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟକୁ କଡ଼ା ନିନ୍ଦା କରିଛି ବିଜେଡି। ବାଣପୁରରେ ଗାଡ଼ି ଚଢ଼ାଇବା ଘଟଣା ଉପରେ ପ୍ରତିକ୍ରିୟା ରଖି ବିଜେଡିର ରାଜ୍ୟସଭା ସଦସ୍ୟ
ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ଚିଲିକା ବିଧାୟକଙ୍କ କାର୍ଯ୍ୟ ଅତି ବୀଭତ୍ସ ଏବଂ ବର୍ବରୋଚିତ। ଏଭଳି କାର୍ଯ୍ୟକୁ ବିଜେଡି ତୀବ୍ର ନିନ୍ଦା କରୁଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଅତୀତରେ ଦଳ ତାଙ୍କୁ ଏଭଳି କାର୍ଯ୍ୟ ନିଲମ୍ବନ କରିଛି। ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦଳ ଆଶା କରେ ବୋଲି ସସ୍ମିତ କହିଛନ୍ତି । ଏହାଛଡ଼ା ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

6 + 4 =