Friday, October 30, 2026
Latestଜାତୀୟ

ଚୋଟ ମାରିବା ପରେ ନିଜେ ମରିଗଲା କିଙ୍ଗ୍‌ କୋବ୍ରା

ବିହାରର ଗୋପାଳଗଞ୍ଜରେ ସାମ୍ନାକୁ ଆସିଛି ଏକ ଅଦ୍ଭୁତ ଘଟଣା । ଏକ ବିଷାକ୍ତ ସାପ ଏକ ୪ ବର୍ଷର ପିଲାକୁ କାମୁଡ଼ି ଦେଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କାମୁଡ଼ିବାର କିଛି ସମୟ ପରେ ସାପର ମୃତ୍ୟୁ ଘଟିଥିଲା। କିନ୍ତୁ ଯେଉଁ ପିଲାକୁ ସାପ କାମୁଡ଼ିଥିଲା ତାର କିଛି ବି ହୋଇନାହିଁ। ସେ ସୁସ୍ଥ ଅଛି। ମାତ୍ରର ବିଷାକ୍ତ ସାପର ମୃତ୍ୟୁ ହେବାରୁ ସମସ୍ତେ କାବା ହୋଇଯାଇଛନ୍ତି।

ତେବେ ସାପ କାମୁଡ଼ିବା ପରେ ପରିବାର ଲୋକ ତୁରନ୍ତ ପିଲାଟିକୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ସମସ୍ତ ପରୀକ୍ଷା କରିବା ପରେ ପିଲାଟି ସୁସ୍ଥ ଥିବା କହିଥିଲେ। କିନ୍ତୁ ଛୁଆକୁ ସାପ କାମୁଡ଼ିବା ପରେ ସାପ ନିଜେ କେମିତି ମଲା ଏବେ ତାହା ସମସ୍ତଙ୍କୁ ଚକିତ କରିଛି।

ପରିବାର ଲୋକଙ୍କ କହିବାନୁସାରେ, ତାଙ୍କ ୪ ବର୍ଷର ପୁଅ ଘର ସାମ୍ନାରେ ଖେଳୁଥିଲା। ଏହି ସମୟରେ ତାକୁ ବିଷାକ୍ତ କିଙ୍ଗ୍‌ କୋବ୍ରା ସାପ କାମୁଡ଼ି ଦେଇଥିଲା। ସାପ କାମୁଡ଼ିଥିବା ପିଲାର ପରିଜନ ରତିକାନ୍ତ କୁମାର କହିଛନ୍ତି ଯେ ପିଲାକୁ ସାପ କାମୁଡ଼ିବାର ୩-୪ ମିନିଟ୍‌ ପରେ ଆପେ ଆପେ ମରିଗଲା। ତାକୁ କେହି ମାରି ନାହାନ୍ତି। ପରିଜନ ମୃତ ସାପକୁ ବି ନିଜ ସହ ନେଇ ହସ୍ପିଟାଲ ଯାଇଥିଲେ।

Share

Leave a Reply

Your email address will not be published. Required fields are marked *

1 × 2 =