ଗହମ ଓ ଚିନି ପରେ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି କେନ୍ଦ୍ର ସରକାର

ଗହମ ଓ ଚିନି ପରେ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ପ୍ରତ୍ୟେକ ଦେଶ ସେମାନଙ୍କ ଦ୍ୱାରା ଅନ୍ୟ ଦେଶକୁ ରପ୍ତାନୀ ହେଉଥିବା ଖାଦ୍ୟା ସମାଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଛନ୍ତି । ଏହାର କାରଣ ଭାବେ କୁହାଯାଉଛି କି ପ୍ରତ୍ୟକ ଦେଶ ସେମାନଙ୍କ ଦେଶ ପାଇଁ ପ୍ରଥମେ ମାତ୍ରାଧିକ ଖାଦ୍ୟ ସାମଗ୍ରୀ ମହଜୁଦ ରଖି ନିଜ ବଜାରକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ଏପରି ସ୍ଥଳେ ଭାରତ ତରଫରୁ ପ୍ରଥମେ ଗହମ ଓ ପରେ ଚିନି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର ।

ଏବେ କଥା ଉଠୁଛି କି ଭାରତ ସରକାର ତୁରନ୍ତ ଚାଉଳ ରପ୍ତାନୀ ଉପରେ ବି ପ୍ରତିବନ୍ଧକ ଲଗାଇବେ । ସେପଟେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଖାଦ୍ୟ ସାମଗ୍ରୀ ଉପରେ ଦର ନିୟନ୍ତ୍ରଣ ରଖିବାକୁ ଉତ୍ପାଦ ଦର ଓ ଉତ୍ପାଦ ଆଧାର ଉପରେ ଆକଳନ କରୁଛନ୍ତି । ସୂତ୍ର ସୂଚନା ମୁତାବକ ସରକାର ମୁଖ୍ୟତ ୫ ଟି ଖାଦ୍ୟ ସାମଗ୍ରୀ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିମଧ୍ୟରୁ ଗହମ ଓ ଚିନି ଉପରେ ସରକାର ପ୍ରତିବନ୍ଧକ ଲଗାଇ ସାରିଥିବା ବେଳେ ଏବେ ଚାଉଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିବା କଥା ସୂତ୍ରରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

17 + four =