କଟକଣା ସତ୍ତ୍ୱେ ଦିଲ୍ଲୀରେ ଫୁଟିଲା ବାଣ, ବିଷାକ୍ତ ହେଲା ବାୟୁ

କଟକଣା ସତ୍ତ୍ୱେ ଜାତୀୟ ରାଜଧାନୀର ବହୁ ଅଞ୍ଚଳରେ ଦୀପାବଳି ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବାଣ ଫୁଟାଇଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ଦିଲ୍ଲୀବାସୀ ଉଚ୍ଚ ଶବ୍ଦ ବିଶିଷ୍ଟ ବାଣ ମଧ୍ୟ ଫୁଟାଇଥିଲେ । ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା ଲାଗିବ ବୋଲି ଗତ ସପ୍ତାହରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଚେତାବନୀ ଦେଇଥିଲେ ‌। କିନ୍ତୁ ଏହାକୁ ଦିଲ୍ଲୀବାସୀ ଭ୍ରୂକ୍ଷେପ ନକରି ଜମେଇକି ବାଣ ଫୁଟାଇଛନ୍ତି । ଫଳସ୍ବରୂପ ଜାତୀୟ ରାଜଧାନୀର ବାୟୁମଣ୍ଡଳ ଆହୁରି ବିଷାକ୍ତ ହୋଇଛି ।

ରାତି ଯେତିକି ବଢୁଥିଲା, ବାଣର ଶବ୍ଦ ସେତେ ବଢ଼ି ବଢ଼ି ଚାଲିଥିଲା । ଅନୁମତିପ୍ରାପ୍ତ ଡେସିବଲ ସୀମା ଉଲ୍ଲଂଘନ କରି ଲୋକେ ଉଚ୍ଚ ଶବ୍ଦ କରୁଥିବା ବାଣ ଫୁଟାଇଥିଲେ | ଲୋକମାନଙ୍କୁ ବାଣଫୁଟାରୁ ନିବୃତ୍ତ କରିବା ପାଇଁ ନିୟମ କରାଯିବା ସତ୍ତ୍ୱେ ଲୋକମାନେ ଦକ୍ଷିଣରୁ ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀ ସମେତ ସହରର ବିଭିନ୍ନ ଅଞ୍ଚଳରେ ଆତସବାଜି କରିଥିଲେ |

ସୋମବାର ଦୀପାବଳି ପର୍ବ ସାରା ଦେଶରେ ପାଳନ କରାଯାଇଥିଲା। ଏହି ଦିନ ବାଣ ଫୁଟାଇବା ଏକ ପୁରୁଣା ପରମ୍ପରା । କିନ୍ତୁ ପରିବେଶ ଓ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଦିଲ୍ଲୀରେ ଆତସବାଜି ଉପରେ କଟକଣା ଲଗାଯାଇଥିଲା ।

ସୋମବାର ଅର୍ଥାତ୍ ଦୀପାବଳି ଦିନ ଦିଲ୍ଲୀର ବାୟୁମାନ ‘ଅତ୍ୟନ୍ତ ଖରପ’ ବର୍ଗକୁ ଖସି ଆସିଥିଲା । ଅବଶ୍ୟ ୨୪ ଘଣ୍ଟାର ହାରାହାରି ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩୧୨ ରେକର୍ଡ କରାଯାଇଛି, ଯାହା ଦୀପାବଳିରେ ସାତ ବର୍ଷ ମଧ୍ୟରେ ଦ୍ୱିତୀୟ ଶ୍ରେଷ୍ଠ ଏକ୍ୟୁଆଇ | ଏହାପୂର୍ବରୁ ୨୦୧୮ରେ
ଦୀପାବଳି ଦିନ ଦିଲ୍ଲୀର ଏକ୍ୟୁଆଇ ୨୮୧ ରେକର୍ଡ କରାଯାଇଥିଲା |

Share

Leave a Reply

Your email address will not be published. Required fields are marked *

fifteen − nine =