ଟପ୍‌ ମାଓ ଦମ୍ପତି ଗିରଫ

ଭୁବନେଶ୍ବର: ଗିରଫ ହେଲେ ଟପ ମାଓ ଦମ୍ପତି। ଗତ କିଛି ଦିନ ହେଲା ଏମାନଙ୍କୁ ଖୋଜା ଚାଲିଥିବା ବେଳେ ଆଜି ଦୁହିଁଙ୍କୁ ଗିରଫ କରିଛି ପୁଲିସ। ଝାଡ଼ଖଣ୍ଡରୁ ଦୁହିଁଙ୍କୁ ଗିରଫ କରାଯାଇଛି। ଗିରଫ ମାଓ ନେତା ପ୍ରଶାନ୍ତ ବୋସ୍ ଓରଫ କିଶନ ଦା ଓ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କୁ ଗିରଫ କରିଛି ପୁଲିସ। ସୂଚନା ମୁତାବକ, କିଶନ ଦା’ ସିପିଆଇ ପଲିଟି ବ୍ୟୁରୋର ସଦସ୍ୟ ଥିବା ବେଳେ ପତ୍ନୀ ଶିଳା କେନ୍ଦ୍ରୀୟ କମିଟିର ସଦସ୍ୟା ଥିଲେ। କିଶନ ଦା’ଙ୍କ ନାଁରେ ୧କୋଟି ଟଙ୍କାର ପୁରଷ୍କାର ଥିଲା। ଗିରଫ ପରେ ଉଭୟଙ୍କୁ ରାଞ୍ଚିଠାରେ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

5 × 5 =