ଏବେ ବୈଷ୍ଣୋ ଦେବୀ ଯାତ୍ରା ହେବ ସହଜ

ଜମ୍ମୁ-କାଶ୍ମୀରସ୍ଥିତ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ହିନ୍ଦୁମାନଙ୍କର ଏକ ପବିତ୍ର ସ୍ଥଳ। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବା ପାଇଁ ଏଠାକୁ ଆସିଥାଆନ୍ତି। ଯେହେତୁ ଏହି ମନ୍ଦିର ବହୁ ଉଚ୍ଚତାରେ ରହିଛି, ତେଣୁ ବୃଦ୍ଧବୃଦ୍ଧା ଏବଂ ଦିବ୍ୟାଙ୍ଗମାନଙ୍କୁ ମା’ଙ୍କ ଦରବାର ପର୍ଯ୍ୟନ୍ତ ପହଞ୍ଚିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେମାନଙ୍କ ପାଇଁ ଏହି ଯାତ୍ରା ବହୁତ ମହଙ୍ଗା ହୋଇଥାଏ, ନହେଲେ ବହୁ କଷ୍ଟସାଧ୍ୟ।

ଅନେକ ବର୍ଷରୁ ଏଠାରେ ରୋପ୍‌-େଓ୍ଵ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ଆଉ ଏବେ ୨୫୦ କୋଟି ଟଙ୍କା ବ୍ୟୟ ବରାଦରେ ସରକାର ରୋପ୍‌-େଓ୍ଵ ନିର୍ମାଣର ପ୍ରୋଜେକ୍ଟ କାମ ଆରମ୍ଭ କରି ଦେଇଛନ୍ତି। କହି ରଖୁଛୁ ଯେ ବର୍ଷ ୨୦୨୨ରେ ପାଖାପାଖି ୯୧ ଲକ୍ଷ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବାକୁ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ତ୍ରିକୂଟ ପାହାଡ଼ସ୍ଥିତ ମନ୍ଦିର ପର୍ଯ୍ୟନ୍ତ ଯିବା ପାଇଁ ୧୨ କିମି ଲମ୍ବା ଟ୍ରାକ୍‌ ଅତିକ୍ରମ କରିଥିଲେ।

ଯେଉଁ ଶ୍ରଦ୍ଧାଳୁମାନେ ପାଦରେ ଚାଲି ଚାଲି ଭବନ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି ନାହିଁ, ସେମାନେ ପିଠୁ କିମ୍ବା ଖଚ୍ଚରର ସହାୟତା ନିଅନ୍ତି। ଆଉ ଏହା ମହଙ୍ଗା ମଧ୍ୟ ପଡ଼ିଥାଏ। ତେଣୁ ସମସ୍ତେ ଏହାର ଉପଯୋଗ କରିପାରନ୍ତି ନାହିଁ। ୧୨ କିମି ରାସ୍ତା ପାଦରେ ଚାଲିକି ଯିବା ଏବଂ ପୁଣି ଫେରିବାରେ ପାଖାପାଖି ଗୋଟିଏ ଦିନ ସମୟ ଲାଗିଯାଇଥାଏ।

ଏବେ ରୋପ୍‌-େଓ୍ଵ ନିର୍ମାଣ ହେଲେ ଏହି ପ୍ରକ୍ରିୟା ବହୁତ କମ୍‌ ସମୟ ଭିତରେ ଶେଷ ହୋଇଯିବ। ରୋପ୍‌-େଓ୍ଵ ୨.୪ କିଲୋମିଟର ଲମ୍ବା ହେବ ଏବଂ ଏଥିପାଇଁ Railway India Technical and Economic Service ବିଡ୍‌ ଆମନ୍ତ୍ରଣ କରିଛି। ଏଠାରେ ରୋପ୍‌-େଓ୍ଵ ନିର୍ମାଣ ହେଲେ ମାତା ବୈଷ୍ଣୋ ଦେବୀଙ୍କ ଦରବାର ପର୍ଯ୍ୟନ୍ତ ପହଞ୍ଚିବାରେ ମାତ୍ର ୬ ମିନିଟ୍‌ ହିଁ ଲାଗିବ। ଏବେ ପାଖାପାଖି ୬ ଘଣ୍ଟା ସମୟ ଲାଗୁଛି। ଏହି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହେବାକୁ ୩ ବର୍ଷ ସମୟ ଲାଗିବ।

Share

Leave a Reply

Your email address will not be published. Required fields are marked *

6 − four =