ସୁନ୍ଦର ଶରୀର ପାଇଁ କରୁଛନ୍ତି କି ଏହି ଭୁଲ ?

ଯୁବପିଢ଼ି ମଧ୍ୟରେ ବଡି ବିଲଡିଂ କ୍ରେଯ ଦିନକୁ ଦିନ ବଢ଼ିବାରେ ଚାଲିଛି ଜ୍ଝ ବଡି ବିଲଡିଂ ପାଇଁ ଆଜିକାଲି ଯୁବକମାନେ ଷ୍ଟେରଏଡ ବ୍ୟବହାର କରୁଛନ୍ତି ଜ୍ଝ ଷ୍ଟେରଏଡ଼ର ବ୍ୟବହାର ଯୋଗୁଁ କମ ବ୍ୟାୟାମ କରି ଅଳ୍ପ ସମୟ ମଧ୍ୟରେ ସୁନ୍ଦର ଶରୀର ଗଠିତ ହୋଇଥାଏ ଜ୍ଝ କିନ୍ତୁ ଏହାର ଅଧିକ ବ୍ୟବହାର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ଜ୍ଝ ଅଧିକ ଷ୍ଟେରଏଡ଼ର ବ୍ୟବହାର କଲେ ହର୍ମୋନ ଏପଟ ସେପଟ ହେବାସହ ହୃଦୟ, କିଡ଼ନୀ ଏବଂ ଲିଭର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ଜ୍ଝ ଷ୍ଟେରଏଡ଼ର ବ୍ୟବହାର ଯୋଗୁଁ ଶରୀର ୫ଟି ଅଙ୍ଗ ଉପରେ ପ୍ରଭାବ ପଡିଥାଏ ଜ୍ଝ ଯାହାଫଳରେ ମଣିଷର ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ରହିଛି ଜ୍ଝ ଯେଉଁଥିପାଇଁ ଡାକ୍ତର ମଧ୍ୟ ଷ୍ଟେରଏଡ଼ର ବ୍ୟବହାର କରିବା ପାଇଁ ମନା କରିଥାନ୍ତି ଜ୍ଝ

୧. ହର୍ମୋନ ଉପରେ ପ୍ରଭାବ :
ଷ୍ଟେରଏଡ଼ର ଯୋଗୁଁ ହର୍ମୋନ ପରିବର୍ତନ ହୋଇଥାଏ ଜ୍ଝ ଷ୍ଟେରଏଡ଼ର ବ୍ୟବହାର ଯୋଗୁଁ ପୁରୁଷମାନଙ୍କ ଶକ୍ତି ଧୀରେ ଧୀରେ କମି ଯାଇଥାଏ ଜ୍ଝ ସେମାନେ ବହୁତ ଶୀଘ୍ର ହାଲିଆ ହୋଇଯାଇଥାନ୍ତି ଜ୍ଝ ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତନ ଦେଖା ଦେଇଥାଏ ଜ୍ଝ ଷ୍ଟେରଏଡ଼ ବ୍ୟବହାର ପରେ ମହିଳାଙ୍କ ସ୍ୱର ମୋଟା ହୋଇଯାଇଥାଏ ଜ୍ଝ ଏହାଛଡା ଶରୀରରେ ପୁରୁଷଙ୍କ ଭଳିଆ ଚୁଟି ଉଠିଥାଏ ଜ୍ଝ

୨. ଶାରୀରିକ ପରିବର୍ତନ :
କମ ବୟସରେ ଷ୍ଟେରଏଡ଼ ବ୍ୟବହାର କଲେ ବୟସ ଅନୁସାରେ ଉଚ୍ଚତା ବଢ଼ିନଥାଏ ଜ୍ଝ ସ୍ନାୟୁ ରୋଗ, ହାଡରେ ରୋଗ ଆଦି ଦେଖା ଦେଇଥାଏ ଜ୍ଝ

୩. ହୃଦୟ ଉପରେ ପ୍ରଭାବ :
ଷ୍ଟେରଏଡ଼ ବ୍ୟବହାର ପରେ ଭଲ ମେଦ କମିଯାଇଥାଏ ଏବଂ ଶରୀରକୁ କ୍ଷତି ପହଞ୍ଚାଉଥିବା ମେଦ ବଢ଼ିଯାଇଥାଏ ଜ୍ଝ ଶିରା ପ୍ରଶିରା ସଂକୁଚିତ ହୋଇଯିବା, ହୃଦଘାତ, ଲିଭର ଖରାପ ହୋଇଯିବା ଭଳି ସମସ୍ୟା ଦେଖା ଦେଇଥାଏ ଜ୍ଝ ବିଶେଷଜ୍ଞଙ୍କ ମତରେ ଷ୍ଟେରଏଡ଼ କ୍ୟାନସର, ଟ୍ୟୁମର, ରକ୍ତ ଗଣ୍ଠି, ଜଣ୍ଡିସ, ଲିଭର ଡ୍ୟାମେଜ ଭଳି ସମସ୍ୟା ସୃଷ୍ଟି କରିଥାଏ ଜ୍ଝ

୪. ଚର୍ମ ରୋଗ :
ଷ୍ଟେରଏଡ଼ ବ୍ୟବହାର ଯୋଗୁଁ ମୁହଁରେ ବ୍ରଣ, ଶରୀରର ଅନେକ ଅଙ୍ଗରେ ନାଲି ନାଲି ଦାନା ହେବା, ମୁଣ୍ଡ ତେଲିଆ ଲାଗିବା ଭଳି ଲକ୍ଷଣ ଦେଖା ଦେଇଥାଏ ଜ୍ଝ

୫. ଯୁବପିଢ଼ିଙ୍କ ସର୍ଟକଟ ଜୀବନଶୈଳୀ :
ଯୁବପିଢ଼ିଙ୍କ ଖାଇବା ପିଇବା ଅଭ୍ୟାସ ଯୋଗୁଁ ଜୀବନ ଆଜିକାଲି ସମୟରେ ୫୦ ରୁ ୬୦ ବର୍ଷରେ ହିଁ ସୀମିତ ହୋଇ ରହିଯାଇଛି ଜ୍ଝ ଯେଉଁମାନଙ୍କୁ ଖାଦ୍ୟରେ ଭିଟାମିନ ପ୍ରୋଟିନ ଆଦି ମିଳୁନାହିଁ ତାଙ୍କ ପାଇଁ ଷ୍ଟେରଏଡ଼ ଉପଯୁକ୍ତ ଜ୍ଝ ଷ୍ଟେରଏଡ଼ ଆଜିକାଲି ଜିମ ସଂଚାଳକଙ୍କ ଆୟର ଏକ ପନ୍ଥା ହୋଇଗଲାଣି ଜ୍ଝ ଯୁବପିଢ଼ିଙ୍କ ଉପରେ ଏହାର କ’ଣ ପ୍ରଭାବ ପଡିବ ତା’ସହ ଜିମ ସଂଚାଳକଙ୍କ କିଛି ଯାଏଆସେ ନାହିଁ ଜ୍ଝ

Share

Leave a Reply

Your email address will not be published. Required fields are marked *

three × three =