ଶରୀର ପାଇଁ ଉପକାରୀ ବେଲପତ୍ର,ଅନେକ ରୋଗରୁ ପାଇବେ …

ବେଲଗଛ ଏମିତି ଏକ ପବିତ୍ର ଗଛ ଯାହାକୁ ପୂଜା କରାଯାଇଥାଏ । ଏହା ଅତି ଉପକାରୀ ଗଛ । ବେଲ ଫଳ ଏବଂ ପତ୍ର ବହୁ କାର୍ୟ୍ୟକାରୀ ଅଟେ । ବେଲ ପତ୍ର ପ୍ରଭୁ ଶିବଙ୍କ ପ୍ରୀୟ ପତ୍ର । ତେବେ ଏହି ବେଲ ପତ୍ରରେ ରହିଛି ଅନେକ ଉପକାରୀ ଗୁଣ । ଯାହା ଶରୀରର ବିଭିନ୍ନ ରୋଗକୁ ଉପଶମ କରିବାରେ ସାହାର୍ୟ୍ୟ କରିଥାଏ । ନିୟମିତ ବେଲ ପତ୍ର ଖାଇବା ଲାଭଦାୟକ ଅଟେ ।
-ବେଲ ପତ୍ରରେ ଭିଟାମିନ୍ ଏ, ବି ଏବଂ ସି ରହିଛି। ବେଲପତ୍ରକୁ ନିୟମିତ ଖାଇବା ଦ୍ୱାରା ଗ୍ୟାସଷ୍ଟ୍ରିକ ରୋଗରୁ ମୁକ୍ତି ମିଳିଥାଏ।
-ପ୍ରତିଦିନ ଅଳ୍ପ ମହୁ ସହ ୨ ଚାମଚ ବେଲ ପତ୍ରର ରସକୁ ପିଇବା ଦ୍ୱାରା ଡ଼ାଇବେଟିସ କଣ୍ଟ୍ରୋଲ୍ ହୋଇଥାଏ।
-ଅଳ୍ପ ଗୋଲମରିଚ ଗୁଣ୍ଡ ସହ ଏକ ଚାମଚ ଶୁଖିଲା ବେଲ ପତ୍ର ଗୁଣ୍ଡ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
-ସେହିପରି ବେଲ ପତ୍ର ଆଜ୍ମା, ଜଣ୍ଡିସ୍ ଭଳି ରୋଗରୁ ମୁକ୍ତି ଦେଇଥାଏ। ଶରୀରକୁ ସୁସ୍ଥ ସବଳ ରଖିବାରେ ଏହା ବେଶ ସହାୟକ ହୋଇଥାଏ ।
-ବେଲପତ୍ର ମଧ୍ୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ବେଲ ପତ୍ରକୁ ଚିପୁଡ଼ି ସେଥିରୁ ରସ ବାହାର କରି ସେହି ରସକୁ ଅଳ୍ପ ଗୋଲମରିଚ ଗୁଣ୍ଡ ସହିତ ମିଶାଇ ସେବନ କଲେ କୃମି ପ୍ରଭୃତି ରୋଗରୁ ଆରୋଗ୍ୟ ମିଳିଥାଏ।
-ଭୋକ ହେଉ ନ ଥିଲେ କଅଁଳିଆ ବେଲ ପତ୍ରକୁ ଖାଆନ୍ତୁ।
-କସି ବେଲକୁ ବାଟି ସେଥିରେ ମହୁ ମିଶାଇ ସେବନ କରିବା ଦ୍ୱାରା ନାଳ ଝାଡ଼ା ରୋଗ ଭଲ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

five × 1 =