ଆରମ୍ଭ ହେଲା ପାର୍ବଣ, ଜାଣନ୍ତୁ କେଉଁ ଦିନ କେଉଁ ବେଷରେ ମିଳିବ ଦର୍ଶନ

ଭୁବନେଶ୍ବର: ଗଣପତିଙ୍କ ପୂଜାଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ଶରତ ଋତୁର କୋହଲା ପବନ, ଆଉ ସେହି ପବନରେ ନାଚି ଉଠୁଥିବା କାଶତଣ୍ଡି ଫୁଲ ଦୁର୍ଗତୀନାସିନୀ ମା ଦୁର୍ଗଙ୍କ ଆଗମନର ସଙ୍କେତ ଦେଉଛି ।  ମାଆଙ୍କ ଆଗମନରେ ପୁଲକିତ ହୋଇଠିବ ସଂସାର ଆଉ ଆବାଳ ବୃଦ୍ଧ ବନିତା ଲାଗିଯିବେ ମାଆଙ୍କ ପୂଜାର୍ଚ୍ଚନାରେ । ଗାଁ ଠାରୁ ସହର ହୋଇ ଉଠିବ ଉତ୍ସବ ମୁଖର । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମାଆଙ୍କୁ ପାଛୋଟି ଆଣିବେ ।

ମାଆଙ୍କର ଏହି ପୂଜାକୁ ନବରାତ୍ର ପୂଜା ବୋଲି ମଧ୍ୟ କୁହାଯାଏ । ଚଳିତ ବର୍ଷ ସେପ୍ଟେମ୍ବର ୨୯ତାରିଖରୁ ନବରାତ୍ରି ଆରମ୍ଭ ହେଉଛି। ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ବିଶେଷ ମହତ୍ତ୍ବ ରହିଥାଏ। ନବରାତ୍ରିର ୯ଦିନ ଯାଏଁ ଚାଲୁଥିବା ଏହି ପର୍ବରେ ଦେବୀ ମାଆଙ୍କୁ ୯ଟି ଅଲଗା ଅଲଗା ରୂପର ପୂଜା କରାଯାଇଥାଏ। ମାଆଙ୍କର ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ଭଳି ୯ଟି ଅଲଗା ଅଲଗା ରୂପ ରହିଛି।

ନବରାତ୍ରିର ପ୍ରଥମ ଦିନ ଘଟ ସ୍ଥାପନ କରାଯାଇଥାଏ। ଏହି ନବରାତ୍ରିରେ ଲୋକେ ୯ଦିନ ଯାଏଁ ବ୍ରତ ରଖିଥାଆନ୍ତି। ଅଷ୍ଟମୀ ଏବଂ ନବମୀ ଦିନ କନ୍ୟାଙ୍କୁ ପୂଜା କରାଯାଇଥାଏ।

କେଉଁ ଦିନରେ କେଉଁରୂପରେ ଦର୍ଶନ ଦେବେ ମାଆ

ସେପ୍ଟେମ୍ବର ୨୯: ପ୍ରଥମ ଦିନ, ଘଟ ସ୍ଥାପନ: ଶୈଳପୁତ୍ରୀ

ସେପ୍ଟେମ୍ବର୩୦: ଦ୍ବିତୀୟ ଦିନ: ବ୍ରହ୍ମଚାରିଣୀ ପୂଜା

ଅକ୍ଟୋବର ୧: ତୃତୀୟ ଦିନ: ଚନ୍ଦ୍ରଘଣ୍ଟା ପୂଜା

ଅକ୍ଟୋବର ୨: ଚତୁର୍ଥ ଦିନ: କୁଷ୍ମଣ୍ଡା ପୂଜା

ଅକ୍ଟୋବର ୩: ପଞ୍ଚମ ଦିନ: ସ୍କନ୍ଦମାତା ପୂଜା

ଅକ୍ଟୋବର ୪: ଷଷ୍ଠ ଦିନ: କାତ୍ୟାୟନୀ ପୂଜା

ଅକ୍ଟୋବର ୫: ସପ୍ତମ ଦିନ: କାଳରାତ୍ରି ପୂଜା

ଅକ୍ଟୋବର ୬: ଅଷ୍ଟମ ଦିନ: ମହାଗୌରୀ ,ମହା ଅଷ୍ଟମୀ

ଅକ୍ଟୋବର ୭: ନବମୀ ଦିନ: ନବରାତ୍ରି ପାରଣ

ଅକ୍ଟୋବର ୮: ଦଶମୀ (ବିଜୟା ଦଶମୀ): ଦୁର୍ଗା ବିସର୍ଜନ

Share

Leave a Reply

Your email address will not be published. Required fields are marked *

1 + seventeen =