ବେକ କଳା ପଡିଯାଇଛି କି? ଲଗାନ୍ତୁ ଏହି ଜିନିଷ

କିଛି ସମୟରେ ଶରୀରର କିଛି ଅଂଶକୁ ଅଣଦେଖା କରିବା ଦ୍ବାରା ତାହା କଳା ପଡିଯାଇଥାଏ । ଉପର ଚେହେରା ସୁନ୍ଦର ଦେଖାଯାଉଥିବାବେଳେ କପଡା ତଳେ ଲୁଚିକି ରହୁଥିବା ବେକ ପାଖ ପ୍ରାୟତଃ ଲୋକଙ୍କର କଳା ପଡିଯାଇଥାଏ । ଯଦି ଆପଣଙ୍କ ବେକ ରଙ୍ଗ ଶରୀରର ବାକି ଅଙ୍ଗର ରଙ୍ଗ ତୁଳନାରେ କଳା ପଡିଯାଇଛି ତେବେ ଚିନ୍ତା କରିବା ଦରକାର ନାହିଁ ଚିନି ର ଏହି ସରଳ ଉପାୟ କିଛି ମିନିଟ୍ ମଧ୍ୟରେ ଆପଣଙ୍କର ଏହି ସମସ୍ୟାକୁ ସମାଧାନ କରିଦେବ ।
ପ୍ରାୟତଃ ଲୋକ ଗାଧୋଇବା ସମୟରେ ନିଜର ବେକ ପାଖ ସଫା କରିବା ପାଇଁ ଲଗାତାର ସେହି ସ୍ଥାନକୁ ରଗଡିଥାନ୍ତି । ଯାହାଫଳରେ ବେକର କଳା ଦାଗ ଦୂର ତ ହୋଇନଥାଏ କିନ୍ତୁ ସେହି ସ୍ଥାନଟି ଲାଲ ପଡିଯିବା ସହ ଆହୁରି କଳା ପଡିଯାଇଥାଏ । କଣ ଆପଣ ଜାଣିଛନ୍ତି ଚିନିର ଏହି ଉପାୟ ଆପଣଙ୍କ ଏହି ସମସ୍ୟାକୁ ଚୁଟକିରେ ସମାଧାନ କରିଦେବ ।
ବେକରେ କଳା ଦାଗ ଥିବା ସମସ୍ୟାକୁ ଦୂର କରିବା ପାଇଁ ଚିନି ଏକ ବରଦାନ ସ୍ବରୂପ । କଳା ବେକରୁ ମୁକ୍ତି ପାଇବା ପାଇଁ ଚିନି ସ୍କ୍ରବର କାମ କରିବ । ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ବେକକୁ ପାଣିରେ ଓଦା କରିଦିଅନ୍ତୁ । ଏହାପରେ ପାଖାପାଖି ଦେଢ ଚାମଚ ଚିନି ହାତରେ ଆଣିକି ବେକରେ ସ୍କ୍ରବ କରନ୍ତୁ । ଆପଣଙ୍କ ବେକରେ ପାଖାପାଖି ଏହାକୁ ୧୫ ମିନିଟ୍ ପର୍ୟ୍ୟନ୍ତ କରନ୍ତୁ । ଏହାପରେ ବେକକୁ ସଫା ପାଣିରେ ଧୋଇଦିଅନ୍ତୁ । ଏହା କରିବା ପରେ ଦେଖିବେ କିପରି ଆପଣଙ୍କ ବେକରେ ଥିବା କଳା ଦାଗ ବହୁ ମାତ୍ରାରେ ସଫା ହୋଇଯିବ ।
ଏହାବ୍ୟତିତ ଚିନିର ଏହି ଉପାୟ ମଧ୍ୟ କରାଯାଇପାରିବ । କିଛି ଚିନି ଆଣି ପାଣିରେ ଫୁଟାଇଦିଅନ୍ତୁ । ଏବେ ପାଣିକୁ ଥଣ୍ଡା କରିବା ପରେ ତାହାକୁ ବେକରେ ଭଲ ଭାବେ ଲଗାଇ ମସାଜ କରନ୍ତୁ । ଏପରି କରିବା ଦ୍ବାରା କଳା ଦାଗ ବେକ ପାଖରୁ ଦୂର ହେବା ସହ ଚମକ ଆସିଥାଏ ।

Share

Leave a Reply

Your email address will not be published. Required fields are marked *

three × one =