Friday, October 30, 2026
Latestମନୋରଞ୍ଜନ

ବିଶ୍ୱର ସବୁଠୁ ସୁନ୍ଦରୀ ମହିଳା, ଫଟୋ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ() ଗ୍ରୀକ୍ ଗଣନା ଅନୁସାରେ ୨୩ ବର୍ଷୀୟା ସୁପର୍ ମଡେଲ୍ ବେଲା ହେଡିଡ୍ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା। ‘ଗୋଲ୍ଡେନ୍ ରେସିଓ ଅଫ୍ ବିଉଟି ଫି’ ଷ୍ଟାଣ୍ଡାର୍ଡ’ ଅନୁଯାୟୀ ବୈଜ୍ଞାନିକମାନେ ବେଲାଙ୍କୁ ପୃଥିବୀର ସବୁଠାରୁ ସୁନ୍ଦରୀ ମହିଳା ବୋଲି ଘୋଷଣା କରିଛନ୍ତି।

ସୌନ୍ଦର୍ୟ୍ୟକୁ ବୈଜ୍ଞାନିକ ଉପାୟରେ ଆକଳନ କରିବା ସମୟରେ ଗ୍ରୀକ୍ ବୁଦ୍ଧିଜୀବୀ ଓ ବିଶେଷଜ୍ଞମାନେ ମୁଖମଣ୍ଡଳର ବିଭିନ୍ନ ଭାଗର ଅନୁପାତକୁ ନିର୍ଦ୍ଧାରିତ ମାପ ସହ ମେଳ କରାଇଥାନ୍ତି। ଏହି କ୍ରମରେ ‘ଗୋଲ୍ଡେନ୍ ରେସିଓ’ ମାପ ସହ ବେଲା ହେଡିଡ୍ଙ୍କ ଚେହେରା ୯୪.୩୫% ମେଳ ଖାଉଥିବା ଜଣାପଡ଼ିଛି। ଏଣୁ ବିଶ୍ୱର ସର୍ବୋତ୍କୃଷ୍ଟ ଚେହେରାର ଅଧିକାରିଣୀ ହେଉଛନ୍ତି ଏହି ଆମେରିକୀୟ ମେଡେଲ ବେଲା ହେଡିଡ୍।

ଏକ ସମ୍ପୂର୍ଣ୍ଣ ସୁନ୍ଦର ଚେହେରାର ମାନଦଣ୍ଡ ଅନୁସାରେ ସବୁଠାରୁ ଅଧିକ ବେଲାଙ୍କ ମୁଖମଣ୍ଡଳର ଆକୃତି ମେଳ ଖାଉଥିବା ବୈଜ୍ଞାନିକମାନେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

2 × one =