ଏହି ଅଭିନେତ୍ରୀଙ୍କୁ ଦିଆଯିବ ‘କିଶୋର କୁମାର ସମ୍ମାନ’

ମୁମ୍ବାଇ()ବଲିଉଡ୍ ଅଭିନେତ୍ରୀ ୱହିଦା ରହମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ‘କିଶୋର କୁମାର ସମ୍ମାନ’। ୨୦୧୮ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ମଧ୍ୟ ପ୍ରଦେଶ ସଂସ୍କୃତି ମନ୍ତ୍ରୀ ବିଜୟଲକ୍ଷ୍ମୀ ସାଧୋ ୱହିଦାଙ୍କୁ ତାଙ୍କ ମୁମ୍ୱାଇ ସ୍ଥିତ ବାସଭବନରେ ଭେଟି ଏହି ସମ୍ମାନ ପ୍ରଦାନ କରିବେ।


ଦିବଂଗତ ଗାୟକ କିଶୋର କୁମାରଙ୍କ ସ୍ମୃତିରେ ମଧ୍ୟ ପ୍ରଦେଶ ସରକାର ଏହି ସମ୍ମାନ ପ୍ରଦାନ କରନ୍ତି। ବଲିଉଡ୍ର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରୁ ୱହିଦା ହେଉଛନ୍ତି ଜଣେ। ବିଗ୍ ବି ତାଙ୍କର ଜଣେ ବଡ଼ ପ୍ରଶଂସକ। ଟେଲିଭିଜନର ଏକ ରିଆଲିଟି ଶୋରେ ଅମିତାଭ ବଚ୍ଚନ ନିଜକୁ ୱହିଦାଙ୍କର ଫ୍ୟାନ୍ ବୋଲି ସ୍ୱୀକାର କରିଥିଲେ।
ଅମିତାଭ ଥରେ କହିଥିଲେ ଯେ ‘ଫିଲ୍ମ ‘ରେଶମା ଓ ଶେରା’ରେ ପ୍ରଥମଥର ପାଇଁ ୱହିଦାଙ୍କ ସହିତ କାମ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା।

Share

Leave a Reply

Your email address will not be published. Required fields are marked *

5 × five =