ସିଏଏକୁ ନେଇ ପ୍ରତିକ୍ରିୟା ଦେଇ ହଟହଟା ହେଲେ ଉର୍ମିଳା

ମୁମ୍ବାଇ() ଅଡୁଆରେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ।ଗତକାଲି ନାଗରିକତା ସଂଶୋଧନ ଆଇନର ତୁଳନା ବ୍ରିଟିଶ୍ ସରକାରଙ୍କ ରାୱଲଟ ଆକ୍ଟ ସହ କରିଥିଲେ। କେବଳ ସେତିକି ନୁହେଁ ସେ ଏହି ସମୟରେ ଦ୍ଵିତୀୟ ବିଶ୍ଵଯୁଦ୍ଧ କଥା ମଧ୍ୟ କହିଥିଲେ। ଯାହାକୁ ଏବେ ଟ୍ରୋଲରମାନେ ସୋସିଆଲ ମିଡ଼ିଆରେ ଟ୍ରୋଲ କରୁଛନ୍ତି।

ସୂଚନାନୁଯାୟୀ, ଗତ ଗୁରୁବାର ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥିରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଉର୍ମିଳା କହିଥିଲେ ଯେ, ୧୯୧୯ରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଶେଷ ହେବାପରେ ଇଂରେଜମାନଙ୍କୁ ଜଣାଥିଲା ଯେ, ହିନ୍ଦୁସ୍ତାନରେ ଅସନ୍ତୋଷ ସୃଷ୍ଟି ହେଉଛି ଏବଂ ଏହା ବାହାରକୁ ବାହାରିବ। ଏଥିପାଇଁ ସେମାନେ ଏକ ଆଇନ ପ୍ରଣୟନ କଲେ। ଯାହାକୁ ରାୱଲଟ ଆକ୍ଟ କୁହାଯାଉଛି। ୧୯୧୯ର ସେହି କାନୁନ ଏବଂ ୨୦୧୯ର ସିଏଏ କାନୁନ ଏହି ଦୁଇଟି ଇତିହାସର କଳା କାନୁନ।

ତେବେ ଉର୍ମିଳା ଏହି ଠାରେ ଭୁଲ କରିଦେଇଥିଲେ। ସେ ୧୯୧୯ରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସରିବା କଥା କହିଥିଲେ। କାରଣ ଦ୍ଵିତୀୟ ବିଶ୍ଵଯୁଦ୍ଧ ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା। ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ରୁ ୧୯୧୮ ଯାଏଁ ଚାଲିଥିଲା। ରାୱଲଟ ଆକ୍ଟ ୧୯୧୯ରେ ବ୍ରିଟିଶ ସରକାରଙ୍କ ଦ୍ଵାରା ପାସ୍ କରାଯାଇଥିଲା। ତାଙ୍କର ଏହି ପ୍ରତିକ୍ରିୟା ପରେ ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଉଛି।
କିଛି ୟୁଜର ଲେଖିଛନ୍ତି , ଉର୍ମିଳା ମାତୋଣ୍ଡକରଙ୍କ ଦ୍ଵାରା ଇତିହାସ ଦ୍ଵିତୀୟ ଥର ପାଇଁ ଲେଖାଗଲା।

Share

Leave a Reply

Your email address will not be published. Required fields are marked *

8 − one =