Friday, October 30, 2026
ମନୋରଞ୍ଜନ

ସିଦ୍ଧାର୍ଥ ଆଲିଆଙ୍କୁ ନେଇ ଆଶିକ-3

ମୁମ୍ବାଇ: ବଲିଉଡରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଅଭିନୀତ ସିନେମାଗୁଡିକ ଲଗାତାର ଫ୍ଲପ୍‌ ହେଉଛି। ସେ କାମ ମାଗବାକୁ ପ୍ରଖ୍ୟାତ ନିର୍ମାତା ମୁକେଶ ଭଟ୍ଟଙ୍କ ପାଖକୁ ଯାଇଥିଲେ । ମୁକେଶ ଭଟ୍ଟ ଏବଂ ଭୂଷଣ କୁମାର ଆଲିୟା-ସିଦ୍ଧାର୍ଥଙ୍କୁ ନେଇ ‘ଆଶିକ୍‌-୩’ ନିର୍ମାଣ କରିବେ ବୋଲି ଘୋଷଣା କରିଥଲେ । ହେଲେ ଏଯାଏଁ ତାର କାମ ଆଗେଇ ନାହିଁ କି ଉଭୟଙ୍କୁ ନେଇ ବିଧିବଦ୍ଧ ଭାବେ ଚୁକ୍ତିବଦ୍ଧ କରାଯାଇନାହିଁ। ଏହାକୁ ନେଇ ସିଦ୍ଧାର୍ଥ ମାଲହୋତ୍ରା ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା କୁହାଯାଉଛି ।

ସେ ବ୍ୟତିବ୍ୟସ୍ତ ହେବାର ଆଉ ଏକ କାରଣ ହେଲା ଆଲିୟା ଏବେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ପ୍ରେମ ସଂପର୍କରେ ନାହାନ୍ତି। ଉଭୟଙ୍କର ବ୍ରେକ୍‌ ଅପ୍‌ ହୋଇସାରିଛି।ଏଣୁ ଏହି ସିନେମାରେ ଆଲିଆ ସିଦ୍ଧାର୍ଥଙ୍କ ସହ କାମ କରିବେ କି ନା ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ପୂର୍ବରୁ ବଲିଉଡ଼୍‍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଫିଲ୍ମ ‘ଆଶିକ୍‌-୨’ରେ ଦେଖିବାକୁ ପାଇଥିଲେ ଦର୍ଶକ, ଯାହା ସେତେବେଲେ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । ତେବେ ଏନେଇ ଶ୍ରଦ୍ଧା କହିଛନ୍ତି ଯେ, ତାଙ୍କୁ ଲାଗୁଛି କି ଅଭିନେତା ସିଦ୍ଧାର୍ଥ ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟ ‘ଆଶିକ୍‌-୩’ରେ କାମ କରିଲେ ଭଲ ହେବ।

Share

Leave a Reply

Your email address will not be published. Required fields are marked *

five × 4 =