ଉର୍ଭଶୀଙ୍କୁ ବ୍ଲକ୍ କଲେ ଏହି କ୍ରିକେଟର

ମୁମ୍ବାଇ() ଚର୍ଚ୍ଚା ଅଭିନେତ୍ରୀ ଉର୍ଭଶୀ ରୌତେଲା । ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାର ଘେରକୁ ଆସିଛନ୍ତି ଉର୍ଭଶୀ ।

ସୂଚନା ଅନୁସାରେ ପ୍ରଥମେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଉର୍ଭଶୀଙ୍କ ବନ୍ଧୁତ୍ବକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏବେ ହାର୍ଦ୍ଦିକ ଓ ନତାସାଙ୍କ ନିର୍ବନ୍ଧ ଖବରଶୁଣିବାକୁ ମିଳିଛି।

ଏହା ପରେ ଉର୍ଭଶୀ ଓ ଭାରତୀୟ କ୍ରିକେଟ୍ ଟିମ୍ର ଓ୍ଵିକେଟ୍ କିପର ଋଷଭଙ୍କ ନାଁ ଯୋଡା ଯାଇଥିଲା। ଉଭୟଙ୍କୁ ଅନେକଥର ଏକା ସହ ସ୍ପଟ୍ କରାଯାଇଛି। ଦୁହେଁ ରିଲେସନଶିପ୍ରେ ଅଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ହେଲେ ଋଷଭ ପନ୍ଥ ଉର୍ବଶୀ ରୌତେଲାଙ୍କୁ ବ୍ଲକ୍ କରିଦେଇଛନ୍ତି।

ଉର୍ଭଶୀ ଓ ଋଷଭ ପରସ୍ପରକୁ ଡେଟ୍ କରୁଥିବା ନେଇ ସମସ୍ତେ ଜାଣିଥିଲେ। ହେଲେ ନ୍ୟୁୟିଅରରେ ଋଷଭ ନିଜ ପ୍ରେମିକା ଈଶା ନେଗୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଇଣ୍ଟରନେଟ୍ରେ ଫଟୋ ଭାଇରାଲ ହେବା ପରେ ଉର୍ଭଶୀ ବାରମ୍ବାର ଋଷଭଙ୍କୁ କଲ୍ କରୁଥିଲେ। ଯେଉଁଥିପାଇଁ ଋଷଭ ତାଙ୍କୁ ବ୍ଲକ୍ କରିବାର ନିଷ୍ପତ୍ତି ନେଇଛନ୍ତି।

Share

Leave a Reply

Your email address will not be published. Required fields are marked *

13 − three =