ବିବାହ ପୂର୍ବରୁ ଭର୍ଜିନିଟି ଟେଷ୍ଟ କଲେ ରାକ୍ଷୀ ପଢନ୍ତୁ…

ଡିସେମ୍ବର ୩୧ରେ ଦୀପକ୍ ମଲାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ ରାକ୍ଷୀ ସାୱନ୍ତ । ବିବାହ କାର୍ଡ ମଧ୍ୟ ଇନଷ୍ଟାଗ୍ରାମ୍ ପେଜରେ ସେୟାର୍ କରିସାରିଛନ୍ତି ରାକ୍ଷୀ । ତେବେ ରାକ୍ଷୀଙ୍କ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଧମି ନଥିବା ବେଳେ ଆଉ ଏକ ଝଟକା ଦେଇଛନ୍ତି ଡ୍ରାମା କୁଇନ୍ ।
ବିବାହ ପୂର୍ବରୁ ନିଜର ଭର୍ଜିନିଟି ଟେଷ୍ଟ କରିଛନ୍ତି ଉଭୟ ଦୀପକ ଏବଂ ରାକ୍ଷୀ । ଆଉ ଏହି ରିପୋର୍ଟକୁ ସୋସିଆଲ୍ ମିଡିଆରେ ସେୟାର୍ ମଧ୍ୟ କରିଛନ୍ତି । ଉଭୟଙ୍କ ରିପୋର୍ଟ ଆପଣଙ୍କୁ ମିନି ହାର୍ଟଆଟାର୍କ ମଧ୍ୟ ଦେଇପାରେ । ରାକ୍ଷୀଙ୍କ ରିପୋର୍ଟ ସୋସିଆଲ୍ ମଡିଆରେ ସେୟାର୍ କରି ଦୀପକ ଲେଖିଛନ୍ତି , ମୁଁ ଗର୍ବିତ ବେବି, ତୁମେ ପବିତ୍ର । ସୂଚନାଯୋଗ୍ୟ, ରାକ୍ଷୀଙ୍କ ପରି ଦୀପକ ମଧ୍ୟ ସୋସିଆଲ୍ ମଡିଆର ଜଣେ ଚର୍ଚ୍ଚିତ ତଥା ବିବାଦୀୟ ଚେହେରା । ଚର୍ଚ୍ଚାରେ ରହିବା ପାଇଁ ଅନେକ ସମୟରେ ବିବାଦୀୟ ଫଟୋ ଏବଂ ଭିଡିଓ ସେୟାର୍ କରିଥାନ୍ତି ଦୀପକ । ଏବେ ସେ ଲୋକପ୍ରିୟ ରିୟଲିଟି ସୋ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟରେ ହସାଇବା ପାଇଁ ମଧ୍ୟ ଆସୁଛନ୍ତି । ଅନ୍ୟପଟେ ରାକ୍ଷୀଙ୍କ ବିବାହ ଖବରକୁ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହୁଛନ୍ତି ୟୁଜର୍ । କିନ୍ତୁ ସତ କଣ ତାହା ୩୧ ଡିସେମ୍ବରରେ ଜଣା ପଡିବ ।

Share

Leave a Reply

Your email address will not be published. Required fields are marked *

nine + nineteen =