Friday, October 30, 2026
Latestଜାତୀୟମନୋରଞ୍ଜନ

ଏନସିବିକୁ ପ୍ରତିଶୃତି ଦେଇ ଆର୍ୟାନ କହିଲେ ଭଲ କାମ କରିବି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଏନସିବି ହେପାଜତ ସମୟରେ ପରାମର୍ଶ ଦିଆଯାଇଛି। ଡ୍ରଗ୍ସରୁ ମୁକ୍ତି ପାଇବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କ ଦ୍ୱାରା ଆର୍ଯ୍ୟନ୍ ଖାନଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାନୁସାରେ, ଜଣେ ଭଲ ନାଗରିକ ହୋଇ ଦେଶର ସେବା କରିବାକୁ ଆର୍ଯ୍ୟନ୍ ପ୍ରତିଶୃତି ଦେଇଛନ୍ତି। ଯେତେବେଳେ ଏହି ବିଷୟରେ ସମୀର ୱାନଖେଡେଙ୍କୁ ପଚରାଗଲା, ସେ କହିଥିଲେ ଯେ ଆମେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ପରାମର୍ଶ ଦେଉଛୁ। ଏଥିପାଇଁ ମୁମ୍ବାଇର ଇସ୍କନ ମନ୍ଦିରର ପୁରୋହିତ, ମୌଲାନା କିମ୍ବା ଅନ୍ୟ ପଣ୍ଡିତମାନଙ୍କ ସହିତ ନିଶା ମୁକ୍ତି ପାଇଁ ଏନଜିଓର ସାହାଯ୍ୟ ନେଇଥାଉ। ଅଭିଯୁକ୍ତମାନଙ୍କୁ ସେମାନଙ୍କର ଧର୍ମ ଅନୁଯାୟୀ କୁରାନ, ଭଗବଦ୍ ଗୀତା ଏବଂ ବାଇବଲ ଦିଆଯାଇଛି। ହେପାଜତ ସମୟରେ ଦୈନିକ ୨ ରୁ ୩ ଘଣ୍ଟା ପାଇଁ କାଉନସେଲିଂ କରାଯାଏ।

Share

Leave a Reply

Your email address will not be published. Required fields are marked *

four × 5 =