Friday, October 30, 2026
ମନୋରଞ୍ଜନ

ଆମେରିକାରେ ଚିକିତ୍ସିତ ହେଉଛନ୍ତି ମିଥୁନ, ପଢନ୍ତୁ…

ବଲିଉଡ୍ର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଟିକେ ବିଗିଡ଼ି ଯାଇଛି। ଏଥିପାଇଁ ସେ ଆମେରିକାରେ ଲସ୍ ଏଞ୍ଜେଲସ୍ରେ ଚିକିତ୍ସିତ ହେଉଛନ୍ତି।୬୬ ବର୍ଷ ବୟସରେ ପହଞ୍ଚିଥିବା ବଲିଉଡ୍ର୍ ଏହି ପୂର୍ବତନ ଡ୍ୟାନ୍ସିଂ ଷ୍ଟାର୍ କିଛି ବର୍ଷ ଧରି ଅଣ୍ଟାରେ ଯନ୍ତ୍ରଣା ଭୋଗୁଥିଲେ। ସୂଚନା ଅନୁସାରେ, କିଛି ମାସ ଧରି ଏହି ଯନ୍ତ୍ରଣା ବଢ଼ି ଯାଇଥିଲା। କିଛି ଦିନ ମୁମ୍ୱାଇରେ ଚିକିତ୍ସିତ ହେବା ପରେ ପରିବାର ବର୍ଗ ଅଧିକ ଭଲ ଚିକିତ୍ସା ପାଇଁ ତାଙ୍କୁ ଆମେରିକା ନେଇଛନ୍ତି।
ଖବର ଅନୁସାରେ, ମିଥୁନ୍ଙ୍କ ସାଙ୍ଗରେ ତାଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ଓ ବୋହୂ ମଦାଳସା ଶର୍ମା ରହିଛନ୍ତି। ମିଥୁନ୍ଙ୍କ ସ୍ୱାସ୍ଥ୍ୟରେ ପୂର୍ବାପେକ୍ଷା ଉନ୍ନତି ଆସିଛି। ୨୦୧୬ରେ ମଧ୍ୟ ମିଥୁନ ଚିକିତ୍ସା ପାଇଁ ଲସ୍ ଏଞ୍ଜେଲସ୍ ଯାଇଥିଲେ। ଫିଲ୍ମ ‘ଲକି’ ପାଇଁ ଏକ ଷ୍ଟଣ୍ଟ୍ ସିନ୍ ଶୁଟ୍ କରୁଥିବା ସମୟରେ ତାଙ୍କର ଏହି ଅଣ୍ଟା ଯନ୍ତ୍ରଣା ଆରମ୍ଭ ହୋଇଥିଲା। ମିଥୁନ୍ଙ୍କୁ ଶେଷଥର ପାଇଁ ଏକ ରିୟାଲିଟି ଶୋ’ ର ଜଜ୍ ଭାବେ ଦେଖିବାକୁ ମିଳିଥିଲା।

Share

Leave a Reply

Your email address will not be published. Required fields are marked *

18 − 14 =