ସଲମାନ ଖାନଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ

ନୂଆଦିଲ୍ଲୀ()  ସଲମାନ ଖାନଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି ଜଣେ ସାମ୍ବାଦିକ । ଉକ୍ତ ସାମ୍ବାଦିକ ଜଣଙ୍କ ନାଁ ଅଶୋକ ପାଣ୍ଡ୍ୟା ।

ପାଣ୍ଡ୍ୟାଙ୍କ କହିବାନୁସାରେ, ଏପ୍ରିଲ ୨୪ ତାରିଖ ସକାଳେ ସେ କାର୍ରେ ଯାଉଥିବା ସମୟରେ ସଲମାନ୍ଙ୍କୁ ଦେଖିବା ପରେ ତାଙ୍କ ଅଙ୍ଗରକ୍ଷୀଙ୍କ ଠାରୁ ଅନୁମତି ନେଇ ଭିଡିଓ ବନାଇବାକୁ ଲାଗିିଥିଲେ। କିନ୍ତୁ ସଲମାନ୍ ଏହାକୁ ନେଇ ଖପ୍ପା ହୋଇ ଯାଇଥିଲେ। ଏହାପରେ ସଲମାନ୍ଙ୍କ ବଡିଗାର୍ଡ ପାଣ୍ଡ୍ୟାଙ୍କ କାର୍ ଅଭିମୁଖେ ଯାଇ ମାରପିଟ କରିବା ଆରମ୍ଭ କରିଥିଲେ, କେବଳ ଏତିକି ନୁହେଁ ତାଙ୍କ ମୋବାଇଲ୍ ବି ଛଡ଼ାଇ ନେଇଥିଲେ।

ସାମ୍ବାଦିକ ଅଶୋକ ପାଣ୍ଡ୍ୟା ଅନ୍ଧେରୀର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ୍ ମାଜିଷ୍ଟ୍ରେଟ ଆରଆର ଖାନ୍ଙ୍କ ଅଦାଲତରେ ଧାରା ୩୨୩, ୩୯୨ ଓ ୫୦୬ଜରିଆରେ ମାମଲା ରୁଜୁ କରିଛନ୍ତି। ତେବେ ଏହି ମାମଲା ଉପରେ ଜୁଲାଇ ୧୨ରେ ଶୁଣାଣି ହେବ।

Share

Leave a Reply

Your email address will not be published. Required fields are marked *

nineteen − one =