ରାତିରେ ସାଥିଙ୍କୁ କୁହନ୍ତୁ ଏହି କଥା…

ସମସ୍ତ ସଂପର୍କ ଅଧିକ ଦିନ ରହିବାର ମୂଳମନ୍ତ୍ର ହେଉଛି ବିଶ୍ବାସ। କିନ୍ତୁ ଅନେକ ସମୟରେ ସଂପର୍କରେ ଏପରି ଏକ ମୂହୂର୍ତ୍ତ ଆସିଥାଏ ହେଉଁ ସମୟରେ ସାଥିଙ୍କ ଉପରେ ବିଶ୍ବାସ ଭାଙ୍ଗିଯାଇଥାଏ । ଖାସ କରି ରାତି ସମୟରେ । କାରଣ ରାତି ହିଁ ଏପରି ଏକ ସମୟ ଯେଉଁଠାରେ ଦମ୍ପତି ହେଉବା ପ୍ରେମୀ ଜୁଗଳ ନିଜର ଖାସ ସମୟ ଅତିବାହିତ କରିଥାନ୍ତି। ଏଣୁ ଏହି ସମୟରେ ସବୁବେଳେ ସାବଧାନତାର ସହ ଭାବିଚିନ୍ତି କଥା ହେବା ଉଚିତ୍। ଆଜି ଆମେ ଆପଣଙ୍କୁ ଏପରି କିଛି କହିବାକୁ ଯାଉଛୁ ଯାହା ବିଷୟରେ ଭୁଲରେ ମଧ୍ୟ ସାଥିଙ୍କ ସହ ଶୋଇବା ସମୟରେ କଥା ହେବା ଉଚିତ ନୁହଁ।
– ସାଧାରଣତଃ ରାତି ସମୟରେ ସବନ୍ଧ ହେବା ପରେ କୌଣସି ମହିଳାଙ୍କୁ କଥା ହେବାକୁ ପସନ୍ଦ ନଥାଏ। ସେହି ସମୟରେ ଯଦି ଆପଣ ସାଥିଙ୍କ ତୁଳନା ଅନ୍ୟ କାହା ସହ କରନ୍ତି ତେବେ ଆପଣଙ୍କ ସଂପର୍କ ଭାଙ୍ଗିଯିବାର ସମ୍ବାବନା ରହିଥାଏ।
-ରାତି ସମୟରେ କଥାବାର୍ତ୍ତା ହେଉଥିବା ବେଳେ ଚେଷ୍ଠା କରନ୍ତୁ ସାଥିଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଆପଣ ଦେଇପାରିବେ। କାରଣ ଯଦି ଆପଣ ସାଥିଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଉନାହାନ୍ତି ତାହା ଅର୍ଥ ତାଙ୍କ ପ୍ରତି ଆପଣଙ୍କର ଇଛା ଏବଂ ଭଲ ପାଇବା କମ ହୋଇଯାଇଛି ବୋଲି ଆପଣଙ୍କ ସାଥି ଭାବିବେ।
-କେବେ ମଧ୍ୟ ମହିଳାଙ୍କ ସାମ୍ନାରେ ନିଜର ପୂର୍ବ ପ୍ରେମିକା କିମ୍ବା ବ୍ରେକଅପ୍ ବିଷୟରେ କଥା ହୁଅନ୍ତୁ ନାହିଁ। ଏହା ଦ୍ବାରା ସଂପର୍କ ଭାଙ୍ଗିବାର ସମ୍ବାବନା ଅଧିକ ରହିଥାଏ।
-ସବୁବେଳେ ରାତି ସମୟରେ ସମ୍ବନ୍ଧ ବନାଇବା ପରେ ନିଜ ଜୀବନରେ ତାଙ୍କର ମହତ୍ତ୍ବ ବିଷୟରେ କୁହନ୍ତୁ । ଏହା ଦ୍ବାରା ସଂପର୍କ ମଜବୁତ ହେବା ସହ ପ୍ରେମୀଙ୍କ ଆପଣଙ୍କ ପ୍ରତି ଅଧିକ ଆର୍କଷିତ ହୋଇଥାନ୍ତି।

Share

Leave a Reply

Your email address will not be published. Required fields are marked *

two × 2 =