ଆୟୁଷ୍ମାନ୍ ଓ ଭିକି ଶ୍ରେଷ୍ଠ ଅଭିନେତା

ମୁମ୍ବାଇ() ରାଜଧାନୀର ବିଜ୍ଞାନ ଭବନରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ ଆଜି ସକାଳ ୧୦ଟାରେ ଆରମ୍ଭ ହୋଇଥିଲା। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।ଶ୍ରେଷ୍ଠ ଅଭିନେତା ଭାବେ ଆୟୁଷ୍ମାନ୍ ଖୁରାନା(ଫିଲ୍ମ-ଅନ୍ଧାଧୁନ୍) ଓ ଭିକି କୌଶଲ୍(ଫିଲ୍ମ-ଉରି) ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି, ଶ୍ରେଷ୍ଠ ଅଭିନେତ୍ରୀ: କୀର୍ତ୍ତି ସୁରେ, ଶ୍ରେଷ୍ଠ ନିର୍ଦ୍ଦେଶକ: ଆଦିତ୍ୟ ଧର୍ , ଶ୍ରେଷ୍ଠ ସହ ଅଭିନେତା: ସ୍ୱାନନ୍ଦ କିର୍କିରେ, ଶ୍ରେଷ୍ଠ ସହ ଅଭିନେତ୍ରୀ: ସୁରେଖା ସିକ୍ରି, ଶ୍ରେଷ୍ଠ କୋରିଓଗ୍ରାଫି: ଜ୍ୟୋତି ଦ ଟମୋ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ସଞ୍ଜୟ ଲୀଲା ଭଂଶାଲୀ, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ଅରିଜିତ୍ ସିଂହ , ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: ବିନ୍ଦୁ ମାଲିନୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

6 + 16 =