ଆରପାରିରେ ବାପି ଲାହିରି

ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ ବାପି ଲାହିରିଙ୍କ ଦେହାନ୍ତ । ଆରପାରିରେ ବଲିଉଡର ଡିସ୍କୋ ସିଙ୍ଗର ବାପି ଲାହିରି । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଡିସ୍କୋ ସିଙ୍ଗର ବାପି ଲାହିରିଙ୍କ ୬୯ ବର୍ଷ ବୟସରେ ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାପି । କିଛିଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇ ମାସେ ପାଖାପାଖି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ । ସୋମବାର ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ପୁଣି ଗତକାଲି ଦେହ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ୭୦ ଓ ୮୦ ଦଶକରେ ଡିସ୍କୋ ଶୈଳୀରେ ଗୀତ ଗାଇ ସମସ୍ତଙ୍କର ମନ ଜିଣିବା ସହ ଚର୍ଚ୍ଚାକୁ ଆସିଥିଲେ । ଭିନ୍ନ ସ୍ୱର ଓ ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ବେଶ୍ ପରିଚିତ ଥିଲେ ବାପି । ‘ଚଲତେ ଚଲତେ’, ଡିସ୍କୋ ଡ୍ୟାନ୍ସର ଗୀତର କମ୍ପୋଜ କରି ଖୁବ୍ ପ୍ରସିଦ୍ଧ ଲାଭ କରିଛନ୍ତି ବାପି । ପାଖାପାଖି ୫୦୦ ରୁ ଅଧିକ ଗୀତ ରଚନା କରିଛନ୍ତି ସେ । ତାଙ୍କ ପରଲୋକରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

Share

Leave a Reply

Your email address will not be published. Required fields are marked *

five × 2 =