ଆର୍ୟନଙ୍କୁ ୩ଥର ଗଞ୍ଜେଇ ନେଇଛନ୍ତି ଅନନ୍ୟା

ମୁମ୍ବାଇ: ସବୁଠି ଗୋଟିଏ ଚର୍ଚ୍ଚା । ବଲିଉଡ କିଙ୍ଗଖାନ ଶାହାରୁଖ ଖାନଙ୍କ ପୁଅ ଆୟନଙ୍କ ଡ୍ରଗ୍ସ ମାମଲା । ତେବେ ଆୟନଙ୍କ ସହ ଏବେ ଅକଳରେ ପଡ଼ିଛନ୍ତି ଅନନ୍ୟା । ଏନସିବି ତାଙ୍କ ପଚରାଉଚରା କରୁଛି । ଏନସିବିର ପଚରାଉଚରାରେ ଅନନ୍ୟା କରିଛନ୍ତି ଚାଂଚଲ୍ୟକର ଖୁଲାସା । ଥରେ କି ଦୁଇଥର ନୁହେଁ ବରଂ ଆର୍ୟ୍ୟନଙ୍କୁ ସେ ତିନିତିନିଥର ଗଂଜେଇ ଯୋଗାଇଥିବା ଜଣାପଡିଛି । ଏନସିବିର ରିପୋର୍ଟ ଅନୁଯାୟୀ ଆର୍ୟ୍ୟନଙ୍କ ଫୋନ୍ ଚାଟିଂରୁ ଅନନ୍ୟାଙ୍କ ନାଁ ସାମ୍ନାକୁ ଆସିଥିଲା । ୨୦୧୮-୧୯ରେ ଏକ ପପୁଲାର ଗେଟ ଟୁଗେଦର ପାର୍ଟିରେ ଆର୍ୟ୍ୟନଙ୍କୁ ଅନନ୍ୟା ଗଂଜେଇ ଦେଇଥିଲେ । ପୂର୍ବରୁ ଆର୍ୟ୍ୟନଙ୍କ ମୋବାଇଲ୍ ଫୋନ ଏନସିବି କବଜାରେ ଥିଲାବେଳେ ଗତକାଲି ଅନନ୍ୟାଙ୍କ ଲାପଟପ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି । ଗୋଆର କ୍ରୁଜ ସିପ୍ ରେଭ୍ ପାର୍ଟି ମାମଲାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣ ଗିରଫ ହୋଇଥିଲାବଳେ ଆସନ୍ତା ୨୬ ତାରିଖରେ ଆର୍ୟ୍ୟନଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ହେବ ।

Share

Leave a Reply

Your email address will not be published. Required fields are marked *

seventeen − twelve =