ବିବାହ ପରେ ମୁମ୍ବାଇରେ ଦୀପ-ବୀର

ଦୀପିକା ଓ ରଣବୀରଙ୍କ ବିବାହକୁ ଦୁଇ ଦିନ ବିତିଯାଇଛି । ଏବେ ଏହି ନବ ଦମ୍ପତି ଇଟାଲୀରୁ ଭାରତକୁ ଫେରି ଆସିଛନ୍ତି । ଆଜି ସକାଳ ୮ଟା ରେ ମୁମ୍ବାଇ ଏୟାରପୋର୍ଟରେ ପହଂଚିଥିଲେ । ନବ ଦମ୍ପତିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ମିଡିଆ ସହିତ ପ୍ରଶଂସକଙ୍କ ଭିଡ ଲାଗିରହିଥିଲା । ଉଭୟ ଏକା ଭଳି ଡ୍ରେସ ପିନ୍ଧିଥିଲେ । ଦୀପିକା ଏକ ଲାଲ ରଙ୍ଗର ଓଢଣୀ ଘୋଡେଇ ହୋଇଥିଲେ । ଉଭୟ ପରସ୍ପରର ହାତ ଧରି ଏୟାରପୋର୍ଟ ବାହାରକୁ ଆସିଥିଲେ ।ଦୀପିକାଙ୍କ ସ୍ୱାଗତ ପାଇଁ ରଣବୀରଙ୍କ ମୁମ୍ବାଇ ସ୍ଥିତ ଘର ପ୍ରଭାଦେବୀକୁ ବହୁତ ସୁନ୍ଦର ଭାବେ ସଜା ଯାଇଥିଲା । ପୁରା ବିଲଡିଂ ସହ ଆଖପାଖ ରାସ୍ତାକୁ ରଣବୀର ସଜେଇଥିଲେ । ନବ ଦମ୍ପତ୍ତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଧନା କରାଯାଇଥିଲା ।
ଆସନ୍ତା ୨୧ ତାରିଖରେ ବାଙ୍ଗାଲୁରୁରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ରିସେପସନର ଆୟୋଜନ କରିଛନ୍ତି । ଆସନ୍ତା ୨୮ ତାରିଖରେ ମୁମ୍ବାଇରେ ମିଡ଼ିଆ ପର୍ସନଙ୍କ ପାର୍ଟି ରଖିଛନ୍ତି । ଏଥିସହ ଆସନ୍ତା ଡିସେମ୍ବର ୧ ତାରିଖରେ ବଲିଉଡର ଅଭିନେତା, ଅଭିନେତ୍ରୀ ଏବଂ ସେଲିବ୍ରିଟିଙ୍କ ପାଇଁ ଏକ ରିସେପସନ ଆୟୋଜନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଦୀପିକା ଓ ରଣବୀର ସିନ୍ଧି ଓ କୋଙ୍କଣୀ ରିତିରେ ବିବାହ କରିଛନ୍ତି । ରଣବୀର ଏବଂ ଦୀପିକା ଜୁହୁରେ ଏକ ଆଲିଶାନ ବଙ୍ଗଳା କିଣିଛନ୍ତି । ଏହି ବଙ୍ଗଳାର ମୂଲ୍ୟ ପାଖାପାଖି ୫୦ କୋଟି ଟଙ୍କା । ଉଭୟ ମିଶି ବଙ୍ଗଳାର ବ୍ୟକ୍ତିଗତ ଭାବେ ଈଂଟରିୟର କରାଉଛନ୍ତି । ଦୀପିକା ଓ ରଣବୀରଙ୍କ ବିବାହର ଆୟୋଜନ ଘରସଜ୍ଜା ଓ ପୋଷାକକୁ ଦେଖି କୁହାଯାଉଛି କି ୨୦୧୮ର ଏହା ହେଉଛି ସବୁଠାରୁ ଆଡମ୍ବର ପୂର୍ଣ୍ଣ ବିବାହ ।

Share

Leave a Reply

Your email address will not be published. Required fields are marked *

17 + eleven =