ଗୋଟିଏ ଉଡ଼ାଜାହାଜରେ ଦୁଇଜଣ ପାଇଲଟଙ୍କୁ କାହିଁକି ଦିଆଯାଏନି ଏକାଭଳି ଖାଦ୍ୟ,କାରଣ ଜାଣିଛନ୍ତି କି?


ଆଜି ଆମେ ଆପଣଙ୍କୁ ଉଡ଼ାଜାହାଜ ସହ ଜଡ଼ିତ ଏମିତି କିଛି ରୋଚକ ତଥ୍ୟ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଯାତ୍ରା ସମୟରେ ଆମ ଖାଦ୍ୟର ସ୍ୱାଦ ବଦଳି ଯାଇଥାଏ। କାହିଁକି ନା, ଏୟାରଲାଇନ୍ସରେ ଦିଆଯାଉଥିବା ଖାଦ୍ୟରେ ବେଶି ଲୁଣର ମାତ୍ରା ରହିଥାଏ। କିନ୍ତୁ ବିମାନରେ ଅଧିକ ଚାପ କାରଣରୁ ଆମେ ଏହା ସ୍ୱାଦରେ ବାରିପାରି ନ ଥାଉ।

ଉଡ଼ାଜାହାଜରେ ଇମରଜେନ୍ସି ବା ଆପାତକାଳୀନ ସମୟରେ ଯେଉଁ ଅକ୍ସିଜେନ୍‌ ବା ଅମ୍ଳଜାନ ମାସ୍କ ଯାତ୍ରୀମାନଙ୍କୁ ଦିଆଯାଏ, ଏହା ସାହାଯ୍ୟରେ ଯାତ୍ରୀ କେବଳ ୧୫ ମିନିଟ୍‌ ପଯ୍ୟର୍ନ୍ତ ବଞ୍ଚିପାରିଥାଏ।

 ଉଡ଼ାଜାହାଜରେ ପାଇଲଟ ଏବଂ କୋ-ପାଇଲଟଙ୍କୁ ଅଲଗା ଅଲଗା ପ୍ରକାର ଖାଦ୍ୟ ଦିଆଯାଇଥାଏ। କାହିଁକି ନା, ଏମିତି ନ ହେଉ ଦୁଇଜଣ ପାଇଲଟ ଏକା ପ୍ରକାର ଖାଦ୍ୟ ଖାଇ ଅସୁସ୍ଥ ହୋଇଯାଆନ୍ତୁ। ଧରନ୍ତୁ, ଯେଉଁ ଖାଦ୍ୟ ପାଇଲଟଙ୍କୁ ଦିଆଯାଇଥାଏ, ଯଦି ସେଥିରେ କିଛି ଗଡ଼ବଡ଼ ଥାଏ, ତା’ହେଲେ ଏକାଭଳି ଖାଦ୍ୟ ଖାଇ ଦୁଇଜଣ ପାଇଲଟ ଅସୁସ୍ଥ ହୋଇପାରନ୍ତି।

Share

Leave a Reply

Your email address will not be published. Required fields are marked *

15 + eighteen =