ୱାର୍ଡୱିଜାର୍ଡ ଇନୋଭେସନ୍ସ ପକ୍ଷରୁ ୨୦୨୩ ଡିସେମ୍ବରରେ ୩,୫୪୩ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଗ୍ରାହାକଙ୍କୁ ହସ୍ତାନ୍ତର

ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍‌ରେ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୩ ଡିସେମ୍ବରରେ ୩୫୪୩ଟି ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଗ୍ରାହାକଙ୍କୁ ହସ୍ତାନ୍ତର କରାଯାଇଛି ।
୨୦୨୩ ନଭେମ୍ବରରେ କଂପାନି ୨,୫୬୩ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଗ୍ରାହାକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ତାହା ତୁଳନାରେ କଂପାନି ୩୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ।
ଉଲ୍ଲେଖଯୋଗ୍ୟ, କଂପାନି ୨୦୨୩ କ୍ୟାଲେଣ୍ଡର ବର୍ଷ (ଜାନୁୟାରି ରୁ ଡିସେମ୍ବର ପର୍ଯ୍ୟନ୍ତ)ରେ ୨୩,୯୨୬ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରିଛି ।
କଂପାନିର ଉତ୍ପାଦ ପ୍ରତି ପ୍ରବଳ ଚାହିଦା ଥିବା ବେଳେ ସାରା ଦେଶରେ ସ୍ଥାପନ କରାଯାଇଥିବା ବ୍ରାଂଚ ଜରିଆରେ କଂପାନି ଚଳିତ ଆର୍ôଥକ ବର୍ଷର ପ୍ରଥମ ତିନିଟି ତ୍ରୈମାସିକରେ ୧୭,୯୧୯ଟି ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରିଛି ।
ଆଗାମୀ ଭାଇବ୍ରାଂଟ୍ ଗୁଜରାଟ ବିଜନେସ୍ ସମ୍ମିଳନୀରେ କଂପାନି ଏହାର ନୂତନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବାକୁ ପ୍ରସ୍ତୁତ ରହିଛି । ଉଭୟ ବ୍ୟକ୍ତିଗତ ଓ ବ୍ୟାବସାୟିକ ଗମନାଗମନ ଆବଶ୍ୟକତା ପୂରଣ କରିବା ଭଳି ଦୁଇ ଓ ତିନି ଚକିଆ କନ୍‌ସେପ୍ଟ ଗାଡ଼ିଗୁଡ଼ିକୁ କଂପାନି ପକ୍ଷରୁ ପ୍ରଦର୍ଶିତ କରାଯିବ । ଗାନ୍ଧୀ ନଗରର ମହାତ୍ମା ମନ୍ଦିର ସ୍ଥିତ ହଲ୍‌-୨ର ଷ୍ଟଲ୍ ନଂ-୧ ଓ ଷ୍ଟଲ୍ ନଂ-୨ରେ ପରିଦର୍ଶକମାନେ ୱାର୍ଡୱାଜାର୍ଡର ପ୍ରଯୁକ୍ତିକୁ ଦେଖିପାରିବେ ।
ଉଲ୍ଲେଖଯୋଗ୍ୟ, ୨୦୨୩ରେ ୱାର୍ଡୱିଜାର୍ଡ ପକ୍ଷରୁ ଏହାର ହାଇସ୍ପିଡ୍ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ମିହୋସ୍ ଏବଂ ପ୍ରଥମ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଜୟ ଇ ରିକ୍‌କୁ ଉନ୍ମୋଚନ କରାଯାଇଥିଲା । ଦେଶରେ ନିଜ ସ୍ଥିତିକୁ ସୁଦୃଢ଼ କରିବା ଲାଗି କଂପାନି ୧୫୦ ବିତରକ ସ୍ଥାପନ କରି ଏହାର ବଂଟନ ନେଟ୍‌ୱର୍କର ସମ୍ପ୍ରସାରଣ କରୁଛି ।
ଗୁଜରାଟରେ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବା ଲାଗି କଂପାନି ପକ୍ଷରୁ ଗୁଜରାଟ ସରକାରଙ୍କ ସହିତ ୨୦୦୦ କୋଟି ଟଙ୍କାର ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରାଯାଇଛି । ଏହା ବ୍ୟତୀତ ଏହି ବର୍ଷରେ କଂପାନି ଏଆଣ୍ଡ୍‌ଏସ୍ ପାୱାର ସହିତ ସହଯୋଗିତା ସ୍ଥାପନ କରିଥିବା ବେଳେ ମାନୁଫାକ୍‌ଚରିଂ ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସହଯୋଗିତା ସ୍ଥାପନ କରିଛି । ଉତରପ୍ରଦେଶର ଫରିଦାବାଦରେ ଏକ ଇଭି ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାକୁ କଂପାନି ଡୋଗ୍ରା ରେଜିମେଂଟ୍ ସହିତ ସହଯୋଗିତା ସ୍ଥାପନ କରିଥିବା ବେଳେ ଗ୍ରାମୀଣ ବିକାଶ ଓ ୟୁଏନଡିପି ସହିତ ସହବନ୍ଧିତ ହୋଇଛି । କଂପାନି ବଲିଉଡ୍ ତାରକା ଦମ୍ପତି ସୈଫ୍ ଅଲ୍ଲୀ ଖାନ୍ ଓ କରିନା କପୁରଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ସାମିଲ କରିଛି ।

Share

Leave a Reply

Your email address will not be published. Required fields are marked *

three + 8 =